 |
Atabira News |
ଅତାବିରା--- ବରଗଡ ଜିଲ୍ଲା ଅତାବିରା ତହସିଲକାର୍ଯ୍ୟାଳୟରେ ବୁଦବାର ଦିନ ଓଡିଶା ରାଜ୍ୟ କୃଷକ ସଂଗଠନ ମୁକ୍ୟ ଫାଟକରେ ଚାବି ପକାଇବା ସହ ଆଗରେ ପ୍ରତିବାଦ ସଭା କରିଥିଲେ । ସୁଚନାଯୋଗ୍ୟ ଯେ ବିଗତ ବର୍ଷରେ କୃଷି ବିଭାଗ ପକ୍ଷରୁ ସବୁଜ ବିପ୍ଳବ ସଫଳ ରୂପାୟନ କରି ଓଡିଶାରେ ଧାନ ଉତ୍ପାଦନ ବଡାଇବାରେ ଅତାବିରା ବ୍ଳକର ଚାଷୀ ମାନଙ୍କର ଭୂମିକା ବହୁ ଗୁରୁତ୍ୱପୁର୍ଣ୍ଣ ଥିଲା । କିନ୍ତୁ ପରିତାପର ବିସୟ ଯେ ଧାନ ବିକ୍ରୟ ସମୟରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଶେଷଣର ଶିକାର ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ତହସିଲ କାର୍ଯ୍ୟାଳୟରେ ପକାଇଲା ଚାବି ହେବାକୁ ପଡିଥିଲା । ସେଥି ମଧ୍ୟରୁ ପ୍ରତି ୬ ମାସରେ ଚାଷୀ ମାନଙ୍କର ପରିଚୟ ପତ୍ର ନବୀକରଣ ପାିଁ ଚାଷ ଜମିର ସମସ୍ତ ଦସ୍ତାବିଜ ସହିତ ଆଧାର କାଡ, ଭୋଟର କାର୍ଡ, ଖଜଣା ରସିଦ, ବ୍ୟାଙ୍କ ଫାସବୁକର ଜେରକ୍ସ କପି ଦେବାକୁ ପଡୁଛି । ଚାଷୀ ପରିବାର ଏ ସମସ୍ତ କାଗଜ ପତ୍ର ଏକାଠି କରିବା ବେଳେକୁ ୩ରୁ ୪ ଦିନ ସମୟ ଲାଗିବା ସହ ଅର୍ଥ ଓ ସମୟ ନଷ୍ଟ ହୋଉଛି ବୋଲି ଚାଷୀ ସଂଗଠନ କହିଛି । ତୁରନ୍ତ ଏହି ପ୍ରକିୟା ବନ୍ଦ କରାଯାଇ । ଚାଷୀର ଚିହ୍ନ ହେଉଛି ଚାଷ, ଚାଷୀର ନାମ ପଞ୍ଜିକରଣ କରିବା ପାଇଁ ତା ନାମରେ ଥିବା ଜମିର ପଟ୍ଟା ହୋଉଛି ତାର ପରିଚୟ ବୋଲି ସଂଗଠନ କହିଛି । ଅନ୍ୟପକ୍ଷେ ଯେଉଁ ଚାଷୀ ମାନଙ୍କର କୌଣସି ତଥ୍ୟ ଭୁଲ ରହିଛି ବା ସଂଶୋଧନର ଆବଶ୍ୟକତା ରହିଛି ଓ ଯୋଗ କରିବାକୁ ଯେଉଁ ଚାଷୀ ମାନେ ଅଛନ୍ତି ସେହି ଚାଷୀ ମାନଙ୍କୁ ଏଥିରେ ସାମିଲ କରାଯାଉ ଅନ୍ୟ ଚାଷୀ ମାନଙ୍କୁ ଏହି ନାମ ପଞ୍ଜୀକରଣ ପ୍ରକିୟାରୁ ବାଦ ଦେବାକୁ ଚାଷୀ ସଂଗଠନ ଦାବି କରିଛି । ଅତାବିରା ବ୍ଳକରେ ଥିବା ସମସ୍ତ ଧାନ ଚାଷ ଜମି ଜଳସେଚିତ ଜମି । ନାମ ପଞ୍ଜୀକରଣ ପ୍ରକିୟାରେ ଜଳଚର, ଗୋଚର, ଘରବାରୀ ବ୍ୟତିତ ଅନ୍ୟ କୌଣସି କିସମଜମିକୁ ବାଦ ଦିଆନଯାଉ । ଉପରୋକ୍ତ ଦାବି ଗୁଡିକ ୫ ଦିନ ମଧ୍ୟରେ ବିଚାର କରି ତୁରନ୍ତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଅତାବିରା ବ୍ଳକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ଶହ ଶହ ସଂଖ୍ୟାର ଚାଷୀ ମାନେ ରାଜରାସ୍ତକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ହିମାଶୁଂ କୁମାର , ସବୁାଷ ଚନ୍ଦ୍ର ବିଶ୍ୱାଳ, ଗୋବିନ୍ଦ ପ୍ରଦାନ, ସୁବାଷ ଚନ୍ଦ୍ର ପ୍ରଧାନ, ଟକେଲାଳ ିଶ୍ର, ବୀରେନ୍ଦ୍ର ପଧାନ ପ୍ରମୁଖ ଏଗ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧ୍ୟଶରେ ଅତାବିରା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।
ବରଗଡରୁ ନବୀନ କୁମାର ଦାଶ ।