Breaking News

ଜରାଜିର୍ଣ୍ଣ ଅବସ୍ଥାରେ ନାରିକେଳ ଗବେଷଣା କେନ୍ଦ୍ର


 Ajiti Malika
Add caption
କୋଣାର୍କ----- କୋଣାର୍କ ନିକଟସ୍ଥ୍ଥ  କୁରୁଜଙ୍ଗ ଗ୍ରାମପଞ୍ଚାୟତରେ ଥିବା ଐଶାନେଶ୍ୱର ନାରିକେଳ ଗବେଷଣାକେନ୍ଦ୍ର ପ୍ରତି ବିଭାଗୀୟ ଉଦାସିନତା ଯୋଗୁ ଧଂସାଭିମୂଖୀ ଆଡକୁ ଠେଲି ହୋଇଯାଉଛି  । ୧୯୭୪ମସିହାରେ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ନଡିଆ ଚାଷୀମାନଙ୍କୁ ପ୍ରୋସô୍ାହନ ଦେବା ଏବଂ ଗବେଷଣା ମାଧ୍ୟମରେ ଉନ୍ନତ ମାନର ଚାରା ସୃଷ୍ଠି କରିବା ଲକ୍ଷନେଇ ଏଠାରେ  ନାରିକେଳ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ୧୯ଏକର ୮୦ଡିସିମିଲି ପରିମିତ ଜମିରେଏହି ନାରିକେଳ ଗବେଷଣା କେନ୍ଦ୍ରଟି  ଦଣ୍ଡାୟମାନ ।  ଗତ ତିନିବର୍ଷ ହେଲା ଏହି ନାରିକେଳ ଗବେଷଣା କେନ୍ଦ୍ରଟିକୁ ଟେଣ୍ଡର ମାଧ୍ୟମରେ ଘରୋଇ ହାତକୁ ଟେକି ଦିଆଯାଇଛି  । ଘରୋଇ ସଂସ୍ଥାର ଉଦାସିନତା ପାଇଁ ନାରିକେଳ ଗବେଷଣା କେନ୍ଦ୍ରରେ ଥିବା ବହୁ ମୁଲ୍ୟବାନ ଗଛଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହୋଇଛି   । ଚଳିତ ବର୍ଷ ଉଦ୍ୟାନ ବିଭାଗ ପକ୍ଷରୁ ଟେଣ୍ଡର ନକରି ନିଜ ଅଧିନରେ ଏହି ନାରିକେଳ ଗବେଷଣା କେନ୍ଦ୍ରଟିକୁ ରଖିଥିବା ଜଣା ପଡିଛି ।  ଷ୍ଟାପ କ୍ୱ୍ୟାଟର, ଗ୍ରୀନ ହାଉସ, ଅଫିସଗୃହ, ସଭା ଗୃହର ରକ୍ଷଣା ବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଗତ ମଇ ମାସ ୩ ତାରିଖରେ ସାମୁଦ୍ରିକ ଝଡ ଫାନିର ପ୍ରଭାବରେ ଏହି ନାରିକେଳ ଗବେଷଣା କେନ୍ଦ୍ର ଧ୍ୱସଂ ମୁଖକୁ ଚାଲିଯାଇଛି । ପ୍ରଥମେ ମନୁଷ୍ୟକୃତ ଅବକ୍ଷୟ ପରେ ଫାନିର ପ୍ରଭାବରେ ପ୍ରଭାବିତ ହୋଇଥିବା ଜଣାପଡିଛି  । ଏହି ଗବେଷଣାକେନ୍ଦ୍ରଟି ଏଯାବତ ପୁନଃରଉଦ୍ଧାର ହୋଇପାରିନାହିଁ ।   ଗବେଷଣା କେନ୍ଦ୍ରର ରକ୍ଷଣା ବେକ୍ଷଣ ପାଇଁ ଗତ ୫ବର୍ଷ ମଧ୍ୟରେ ଆସିଥିବା ଲକ୍ଷାଧିକ ଟଙ୍କା ବାଟମାରଣା କରାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି କରିଛନ୍ତି । ଗବେଷଣା କେନ୍ଦ୍ରର ପୁନରୁଦ୍ଧାର ପାଇଁ କାକଟପୁର ଉଦ୍ୟାନ ବିଭାଗ ପକ୍ଷରୁ ଏକ ବଜେଟ ପ୍ରସ୍ତୁତ କରି ଉଦ୍ୟାନ ବିଭାଗକୁ ପଠାଯାଇଥିବା  କେନ୍ଦ୍ରର  ଅଧିକାରୀ କେଶବ ଗୋଚ୍ଛାୟତ ପ୍ରକାଶ କରିଛନ୍ତି । ଏହି ପୁରାତନ ନାରିକେଳ ଗବେଷଣା କେନ୍ଦ୍ରର ସୈାନ୍ଦର୍ଯ୍ୟ କରଣ ସହ ପୁନଃ କାର୍ଯ୍ୟକ୍ଷମ ଓ ଚାରା ଉପ୍ତାଦନ କରିବା ପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଧେଶକ ଓ ପୁରୀ ଜିଲ୍ଲାପାଳ ଦୃଷ୍ଠିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts