Breaking News

ଜନ୍ମାଷ୍ଟମୀ ପର୍ବ ପାଇଁ ସାକ୍ଷୀଗୋପିନାଥ ମନ୍ଦିର ଚଳଚଞ୍ଚଳ

 ସାକ୍ଷୀଗୋପାଳ ---- ସତ୍ୟବାଦୀର ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ପାଳନ ପାଇଁ ଚଳଚଞ୍ଚଳ ହୋଇଉଠିଛି  । ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ପ୍ରତିବର୍ଷ  ପରି ଏ ବର୍ଷ ମଧ୍ୟ ମହାଆଡମ୍ବର ସହକାରେ ପାଳିତ କରାଯାଉଛି  । ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି ।  ଅଧିବାସ, ମଣ୍ଡପ ସଂସ୍କାର, ଅଙ୍କୁରାରୋପଣ, ଧ୍ୱଜା ବନ୍ଧନ, ନବଗ୍ରହପୂଜା, ଜଳଘଟ ସ୍ଥାପନ, ସଂକୀର୍ତ୍ତନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ  କରାଯାଉଛି  । ଶୁକ୍ରବାର ଜନ୍ମାଷ୍ଟମି ପର୍ବ ଅବସରରେ ସ୍ୱାସ୍ଥ୍ୟ ସେବା ଶିବିର, ଶ୍ରୀ ଗୋପାଳ ସହସ୍ର ନାମ, ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି, ଓଡିଶୀନୃତ୍ୟ, ଭଜନ ସମାରୋହ ଅନୁଷ୍ଠିତ ହେବ । ଏହି ଅବସରରେ ଆୟୋଜିତ ଧାର୍ମିକ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବାର ରହିଥିବା ବେଳେ ସମର୍ପଣ ଗ୍ରୁଫର କଳାକାର ମାନେ ଭଜନ ପରିବେଷଣ କରିବାର ରହିଛି ବୋଲି ସେବାୟତ ସଂଘ ପକ୍ଷରୁ କୁହାଯାଇଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
D senapati
Sakhigopal News

Blog Archive

Popular Posts