Breaking News

ଭାରତ ବିକାଶ ପରିଷଦ ଓ ସେବା ଅନୁଷ୍ଠାନ ପକ୍ଷରୁ ଫଳ ବଣ୍ଟନ


ସାକ୍ଷୀଗୋପାଳ ----- ଭାରତ ବିକାଶ ପରିଷଦ ଓ ସେବା ଅନୁଷ୍ଠାନ ପକ୍ଷରୁ  ସାକ୍ଷୀଗୋପାଳ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି  । ଭାରତ ବିକାଶ ପରିଷଦ ଓ ସେବା ଅନୁଷ୍ଠାନ ପକ୍ଷରୁ ପ୍ରତି ରବିବାର ତାର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ  ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛି । ଅନ୍ୟ ପକ୍ଷେ  ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଓଭରବ୍ରିଜ ତଳେ ଦୀର୍ଘ ଦିନ ହେବ ଜଣେ ଅସହାୟ ବୃଦ୍ଧା ସେଠାରେ ପଡି ରହିଥିଲେ  । ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ ଏ ସମ୍ପର୍କରେ ପ୍ରଥମେ ସୋସିଆଲ ମିଡିଆ ଦ୍ୱାରା ସମସ୍ତଙ୍କୁ ଜଣାଇବା ସହ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆମ୍ବୁଲାନସ ଦ୍ୱାରା ନେଇଥିଲେ  । ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପୁରୀ ମେଡିକାଲ ପଠାଯାଇଥିଲା  । ସେଠାରେ ମହିଳା ୱାର୍ଡ ୫୭ରେ ଏବେ ସେ ଚିକିତ୍ସା ହୋଉଥିବା ଜଣାପଡିଛି । ମାତ୍ର ଏ ସମ୍ପର୍କରେ ଜିଲ୍ଲା ସାମଜ ସୁରକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ  ସୁଶାନ୍ତ ରଥ, ହାପି ରଥ, ନବଘନ ଶତପଥୀ, ନିହାର ରଞ୍ଜନ ସ୍ୱାଇଁ, ବିଷ୍ଟୁ ମହାରଣା, ଉପେନ୍ଦ୍ର ବିଶ୍ୱାଳ , ସୁନାକର ପତିଙ୍କ ସହ ମେଡିକାଲର ଫାର୍ମାସିଷ୍ଟ ଶ୍ରୀ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ  । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts