 |
Delang News |
ଡେଲାଙ୍ଗ-- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ମିଶନ ଶକ୍ତି ମହିଳା ମହାସଂଘ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛି । ସେବା ଓ ସ୍ୱଚ୍ଛ ଭାରତ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟକରି ଅଗ୍ରଣୀ ତାଲିକାରେ ରହିଛି । ଏପରିକି ପ୍ରତି ବର୍ଷ ଦୁଇଥର ରକ୍ତଦାନ କରି ଆଉ ପାଦେ ଆଗରେ ରହିଥିବା ପୂର୍ବତନ କୃଷି ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ଏହା କହିଥିଲେ । ଅନ୍ୟତମ ଅତିଥି ଭାବେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲାପରିଷଦ ସଦସ୍ୟ ମଳୟ କୁମାର ମହାନ୍ତି, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ,ବ୍ଳକ ଏବିଡିଓ ପ୍ରଦୀପ ନାୟକ, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସାହୁ, ସଦସ୍ୟା ଭାରତୀ ଚମ୍ପତ୍ତି, ସ୍ୱର୍ଣ୍ଣମୟୀ ଜେନା, ବନିତା ଦାସ, ଶୁଭଲକ୍ଷ୍ମୀ ସ୍ୱାଇଁ, ପ୍ରସାଦିନି ମଙ୍ଗରାଜ, ସବିତା ବରାଳ, କଳ୍ପନା ପରିଡା, କବିତା ପରିଡା, ପ୍ରତିମା ଦାସ ପ୍ରମୁଖ ଏହି ରକ୍ତଦାନ ଶିବିରଟିକୁ ପରିଚାଳନାରେ ସହଯୋଗ କରିଥିଲେ । କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ ରକ୍ତ ଭଣ୍ଡାର ବିଭାଗ ପକ୍ଷରୁ ଡ. ଜଗନ୍ନାଥ ସାହୁ, ଟେକେନସିଆନ୍ ରାମଚନ୍ଦ୍ର କଟୁଆ, ଣିବ ପ୍ରସାଦ ମହାପାତ୍ର ଓ ସ୍ୱେଚ୍ଛାସେବୀ ଅମୀୟ ରଞ୍ଜନ ସ୍ୱାଇଁ,ସନ୍ଦ୍ୟାରାଣୀ ସାମନ୍ତରାୟ ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ସହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଲା ପରିଷଦସଭ୍ୟ ମଳୟ କୁମାର ମହାନ୍ତିଙ୍କ ସହିତ ୨୧ ଜଣ ରକ୍ତ ଦାନ କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି