Breaking News

ବିଧାୟକଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ୩ଜଣିଆ ଟିମ


ପିପିଲି-----ପିପିଲି ବ୍ଲକରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଭାବରେ କାର୍ଯ୍ୟକାରି ନ ହେବା ନେଇ ବିଧାୟକଙ୍କ ପାଖରେ  ଅଭିଯୋଗ ହୋଇ ଆସୁଥିଲା  । ବିଧାୟକ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶରେ ଏକ ତିନିଜଣିଆ ଟିମ ଗଠନ କରାଯାଇଛି ।  ପିପିଲି ବ୍ଲକ ଅଧିନରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରର ତଦାରଖ ଦାୟିତ୍ୱ ସେମାନଙ୍କୁ ବିଧାୟକ ଦେଇଥିବା ଜଣାପଡିଛି । ସୋମବାର ଦିନ ୧୦ଟାରେ ପିପିଲି ସିଡିପିଓ କଳ୍ପନା ଜେନାଙ୍କ ଅଧକ୍ଷତା  ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ ଓ ବିଧାୟକ ଙ୍କ ପ୍ରତିନିଧି ଧରଣୀଧର ସାହୁ  ଙ୍କ ନେତୃତ୍ୱରେ ମଙ୍ଗଳପୁର, ଝିଲ୍ଲିମିଲିପାଟଣା,ଦୃଗାଦାଶପୁର୧/୨ ଚନ୍ଦ୍ରାଦେଇପୁର ୧/୨/୩/୪/ ରାଜତେଇ୧ କସରଦା ୧ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ କେତକ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଖୋଲାନଥିବା,  ଉପସ୍ଥାପନ ଖାତା ଅନୁଯାୟୀ ରେଜିଷ୍ଟର ମୁତାବକ ପିଲାସଂଖ୍ୟା କମଥିବା,  ଖାଦ୍ୟଠିକଭାବରେ ପିଲାଙ୍କୁ ବଣ୍ଟନ ହେଉନଥିବା ସହ ପିଲାଙ୍କ ଖେଳନା କେନ୍ଦ୍ର ଗୁଡିକରେ ନଥିବା ଦେଖିବାକୁ ପାଇଥିଲେ । ଏବଂ ଚନ୍ଦ୍ରେଦେଇପୁର ୩ ଅଙ୍ଗନବାଡି ସେଣ୍ଟର ବନ୍ଦ ରହିଥିବା ସହ ଚନ୍ଦ୍ରାଦେଇପୁର ୧ରେ ଗ୍ରାମବାସିଙ୍କ ଅଭିଯୋଗ ପିଲାଙ୍କ ବେସନ ଓ ଗର୍ଭବତି ମହିଳାଙ୍କୁ ୫ମାସ ହେବ ଅଣ୍ଡା ନମିଳିବା ନେଇ ଏହି ଟିମକୁ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଚନ୍ଦ୍ରାଦେଇପୁର ୧ ଅଙ୍ଗନବାଡି କେନ୍ଦ୍ରରୁ ପିଲାଙ୍କ ଖାଦ୍ୟ ଛତୁଆ ପ୍ୟାକେଟର ମାନ ପରିକ୍ଷା ପାଇଁ ଏହି ଟିମ ଆଣିଥିବା ଜଣାପଡିଛି  । କାର୍ଯ୍ୟରେ ଅବହେଳା  କରିଥିବା ୱାର୍କର ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବା ସହିତ ସେମାନଙ୍କ ବିରୁଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପଜିଲ୍ଲାପାଳଙ୍କୁ ପତ୍ର ଲେଖା ହେବବୋଲି ସିଡିପିଓ କଳ୍ପନା ଜେନା କହିଛନ୍ତି  ।

ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts