 |
Pipili News |
ପିପିଲି,୨୩ା୮(ନି.ପ୍ର):ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଅଂଚଳରେ ୨୦୧୮ ମସିହାରେ ବିଚ ରାସ୍ତା ଉପରେ ନିଜ ପତ୍ନୀର ବେକକୁ ଦାଆରେ କାଟି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ ପିପିଲି ପୁଲିସ ଆଜି ଗିରଫ କରିବାରେ ସକ୍ଷମ ହୋଇଛି । ସୁଚନା ଯୋଗ୍ୟ ଯେ ପିପିଲି ପୋଲିସ କୌଣସି ସୁତ୍ରରୁ ଖବର ପାଇଥିଲେ ଯେ ଅଭିଯୁକ୍ତ ଜଟଣୀ ଅଞ୍ଚଳରେ ରହୁଥିବା ଖବର ପାଇ ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ଏସଆଇ ସନ୍ଦୀପ କୁମାର ଦାସ, ଏଏସଆଇ ବିନୟ କୁମାର ଦାସ, ରବିନ୍ଦ୍ର ନାୟକ ପ୍ରମୁଖ ଜଟଣୀ ପୁଲିସର ସହଯୋଗରେ ଆଜି ତାକୁ ଜଟଣୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଘଟଣାର ଦୀର୍ଘ ୧୪ମାସ ପରେ ଅଭିଯୁକ୍ତକୁ ପୁଲିସ ଜଟଣୀ ଅଂଚଳରୁ ଗିରଫ କରିବା ପରେ ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତର ନାମ ରୋସନ ନାୟକ(୨୮) ଓ ତାର ଘର ଜଟଣୀ ଥାନା ଅନ୍ତର୍ଗତ ଭିଁପୁର ଟାଙ୍ଗିସାହି ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର
sakhigopal news
pipili news