 |
Sakhigopal News |
ସାକ୍ଷୀଗୋପାଳ --- ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ କାର୍ଯ୍ୟାଳୟ ପରିସରରେ ଖାଲି ପଡିଥିବା ଯ।।ଗରେ ବୃକ୍ଷ ରୋପଣ କରିବା ପାଇଁ ନିର୍ଦ୍ଧେଶ ରହିଚି । ଏହି ଅବସରରେ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ତତ୍ୱବଧାନରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କିସମର ଗଛ ଲଗାଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଳ ସରକାରୀ ଓକିଲ ଅମ୍ବିକା ଶଙ୍କର ମହାପାତ୍ର, ଆଇନଜୀବୀ ସଂଘର ସମ୍ପାଦକ ସୁଶାନ୍ତ କୁମାର ରଥ, ଆଇନଜୀବୀ ଅଞ୍ଜନ କୁମାର ହୋତା, ସନ୍ତୋଷ ବେହେରା, ମହକ ସାହୁ,ନୀଳକଣ୍ଠ ବାରକି ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି