Breaking News

ସର୍ପାଘାତରେ ଛାତ୍ରୀ ମୃତ

ହାଟଡ଼ିହି-----  ହାଟଡିହି ବ୍ଲକ ଅନ୍ତର୍ଗତ ବଡରମ୍ପାସ ଗ୍ରାମରେ ସର୍ପାଘାତରେ ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ୰ରମାକାନ୍ତ ନାୟକଙ୍କ ଝିଅ ଶ୍ରଦ୍ଧାଞ୍ଜଳୀ ନାୟକ(୧୨) ସ୍ଥାନୀୟ ବାଳିକା ବିଦ୍ୟାଳୟର ୮ମଶ୍ରେଣୀର ଛାତ୍ରୀ । ଗତକାଲି ସେ ଘରେ ଖାଇପିଇ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ପରିବାର ଲୋକେ ଏହା ଜାଣିବାପରେ ତାକୁ ତୁରନ୍ତ ଆନନ୍ଦପୁର ଉଫଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ  ତାର ମୃତ୍ୟୁ ଘଟିଥିଲା । ଆଜି ମୃତ ଛାତ୍ରୀର ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକେ ମୃତଦେହକୁ ଆଣି ଗ୍ରାମରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶରେ ଶ୍ରଦ୍ଧାଞ୍ଜଳୀଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି ।
 କେନ୍ଦୁଝରରୁ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ

Blog Archive

Popular Posts