Breaking News

ଯୁବକ ବେକରେ କେବୁଲ ତାର ଲଗାଇ ଆତ୍ମହତ୍ୟା କଲେ


 J Seathi sakhigopal news satyabadi news
Nimapada Newa
ନିମାପଡା--- ନିମାପଡା ଥାନା ଅନ୍ତର୍ଗତ ବରିମୁଣ୍ଡ ଗ୍ରାମର ଚିନ୍ତାମଣି ଜେନାଙ୍କର ପୁତ୍ର ମଣ୍ଟୁ ଜେନା ( ୨୬) ନିଜ ଶୋଇବା ଘରେ ବେକରେ କେବୁଲ ତାର ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗତ କାଲି ରାତିରେ ମଣ୍ଟୁ ଖାଇବା ପରେ ନିଜ ବେଡରୁମକୁ ଯାଇଥିଲା ଶୋଇବା ପାଇଁ  । ପରେ ବାପା ମା ଖାଇ ପିଇ ଶୋଇପଡିଥିଲେ  । ଆଜି ସାକଳୁ ଘର ଖୋଲିବା ପାଇଁ ମା ଡାକିବାରୁ କବାଟ ନ ଖୋଲିବାରୁ ସନ୍ଦେହ ଜାତ ହୋଇଥିଲା  । ସାହି ପଡିଶା ଲୋକମାନେ ଜମା ହୋଇ ଘରର କବାଟକୁ ଶାବଳ ଦ୍ୱାରା ଟେକିବା ପରେ ମଣ୍ଟୁ ବେକରେ କେବୁଲ ତାର ଗୁଡାଇ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା  । ଅଳ୍ପଦିନ ହେବ ମଣ୍ଟୁ  ପଶୁ ଡାକ୍ତରଖାନାରେ ଏଲଆଇ ଭାବେ ଚାକିରି କରିଥିଲେ  । ଆତ୍ମହତ୍ୟାର କାରଣ ଅସ୍ପଟ ରହିଥିବା ବେଳେ ଶୁଣିବାକୁ ମିଳୁଛି ଯେ ମଣ୍ଟୁ ର ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ରହିଥିଲା  । ଅନୁମାନ କରାଯାଉଛି ଏହି ପ୍ରେମ ବ୍ୟପାରକୁ ନେଇ ନେଇ ମଣ୍ଟୁ ଆତ୍ମହତ୍ୟା କରିଥିବା ସନ୍ଦେହ ଜାତ କରାଯାଉଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥବବା ଜଣାପଡିଛି । 
ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts