ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାୟକ ପ୍ରଦୀପ ମହାରଥୀ ଅଭିଯୋଗ ଶୁଣାଣି କରିଛନ୍ତି । ଅଭିଯୋଗ ଶୁଣାଣି ଶିବିରରେ ଇନ୍ଦିରା ଅବାସ ,ଅଙ୍ଗନବାଡି ଗୃହ ,ନିର୍ମାଣ ଶ୍ରମିକ ଗୃହ ,ଲେବର କାର୍ଡ ,ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସମସ୍ୟା,ଭର୍ତ୍ତା ସମସ୍ୟା ନେଇ ଅଭିଯୋଗ ଅସିଥିଲା । ଏହି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ପାଇଁ ବିଧାୟକ ବିଭାଗ ଅଧିକାରି ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ୮ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରି ରିପୋର୍ଟ ଦାଖଲ କରିବାକୁ ବିଧାୟକ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଲୋକଙ୍କ ପ୍ରତି ଅବହେଳାକୁ ପ୍ରଦର୍ଶନକୁ ଆଦୌ ବରଦାସ୍ତ କରାଯିବନି ବୋଲି ବିଧାୟକ କହିଥିଲେ । ଅଭିଯୋଗ ଶୁଣାଣିରେ ୧୭ଟି ଅଭିଯୋଗ ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ ,ବିଡିଓ କ୍ଷିରୋଦ୍ର ପ୍ରଧାନ,ସିଡିପିଓ କାମିନି ପ୍ରଭା ସ୍ୱାଇଁ ,ମହିଳା ମିଶନ ଶକ୍ତି ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ସମେତ ବିଭିନ୍ନ ବିଭାଗର ଅଧିକାରି ମାନେ ଉପସ୍ଥିତ ଥିଲେ ।
 |
Delang News |
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି