Breaking News

ବିଦ୍ୟାଳୟରେ ଚାବି; ଛାତ୍ର ଛାତ୍ରୀ ମାନେ ଗେଟ ସମ୍ମୁଖରେ ପାଠ ପଡିଲେ


D Senapati
Sakhigopal news
ସାକ୍ଷୀଗୋପାଳ-----ଶିକ୍ଷୟତ୍ରୀଙ୍କ ବଦଳିକୁ ନେଇ ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ, ଗ୍ରାମବାୀଙ୍କ ସହିତ ସରପଞ୍ଚ ବିଦ୍ୟାଳୟରେ ଚାବି ପକାଇଲେ  । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗେଟ ସମ୍ମୁଖରେ ବସିବା ସହ ସେଠାରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା  । ଏଖବର ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲେ ମଦ୍ୟ ଏ ଦିଗ ପ୍ରତି ତାଙ୍କର ନଜର ନଥିଲା  । ତାଙ୍କର ଗୋଟିଏ ନଜର ଅର୍ଥ  । ପୁରୀ ଜିଲ୍ଲାର  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଦାସବିଦ୍ୟାଧରପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳିକୁ ନେଇ ପରିଚାଳନା କମିଟି , ଗ୍ରାମବାି, ଓ ସରପଞ୍ଚ ଗୁରୁବାର ବିଦ୍ୟାଳୟର ମୁଖ୍ୟ ଗେଟରେ ଚାବି ପକାଇଛି । ଯାହା ଫଳରେକି ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଗେଟ ବାହାରରେ ବସିବା ସହ ଶିକ୍ଷା ଦାନ କରିଥିବା ଜଣାପଡିଛି  । ସୁଚନାଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୨୪୮ ଜଣ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ରହିଥବା ବେଳେ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ହାଇସ୍କୁଲ ଶିକ୍ଷକ ହୋଇଥବା ବେଳେ ଅନ୍ୟ ୬ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଯାହାକି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ହାଇସ୍କୁଲ ପିଲାଙ୍କୁ ଶିକ୍ଷା ଦାନ ଦେଉଥବା ବେଳେ ବ୍ଳକ ଶିକ୍ଷା ଅଧିକାରୀ ଶିକ୍ଷୟତ୍ରୀ ଅନୀମା ମିଶ୍ରଙ୍କୁ ଏଠାରୁ ବଦଳି କରି ନେଉଥିବା ଜଣାପଡିଛି । ଏହି ବଦଳି ବିରୋଧରେ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ , ଜିଲ୍ଲା ଶିକ୍ଷା ଅଧିକାରୀ,  ବ୍ଳକ ଶିକ୍ଷା ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳୁ ଗେଟରେ ଚାବି ପକାଇ ବିଦ୍ୟାଳୟ ଆଗରେ ଗ୍ରାମାବାସୀ ଓ ଛାତ୍ର ଛାତ୍ରୀ ମାନେ ବସି ରହିଛନ୍ତି । ସେମାନଙ୍କ ଦାବି ବଦଳି କରିଥିବା ଶିକ୍ଷୟତ୍ରୀଙ୍କ ଅର୍ଡର ରଦ୍ଦ କରାଯିବା ପାଇଁ ଦାବି କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts