Breaking News

ଶିବ ଶକ୍ତି ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସଫେଇ



  ନିମାପଡ଼ା------- ପୁରୀ ଜିଲ୍ଲା ନିମାପଡାର ଅଗ୍ରଣୀ       ଶିଵ ଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ର ସଭାପତି ଦୀନବନ୍ଧୁ ସାହୁ,ସମ୍ପାଦକ ପ୍ରଦୀପ କୁମାର ମାଝୀ ଙ୍କ ତତ୍ୱବାଧାନରେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କରାଯାଇଛି ।  ପରେ ପରେ ସ୍ୱାସ୍ତ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ତଥା ସମାଜ ସେବୀ ଆଇ.ତ୍ରିନାଥ ପାତ୍ର ଙ୍କ ସହିତ ଶିବ ଶକ୍ତି ର କର୍ମକର୍ତ୍ତା ମାନେ ବୃକ୍ଷ ରୋପଣ କରିଥିଲେ । ପରେ ପରେ ବିଭିନ୍ନ ଗାଁ କୁ ଗାଁ ବୁଲି  ନିଶା ନିବାରଣ, ବୃକ୍ଷ ରୋପଣ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି  କାଯ୍ୟକ୍ରମ କୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରସଂସା କରିଥିଲେ ।

 ନିମାପଡ଼ା ରୁ ଜୟନ୍ତ ସେଠୀ

Blog Archive

Popular Posts