Breaking News

ବିଧାୟକ ଶ୍ରୀ ମହାରଥୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ


D senapati
Delang news
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଗୁରୁବାର ଦିନ ଜନଶୁଣାଣି କରିଥିଲେ  । ଏଥିରେ ବିଶେଷ କରି ରାଶନ କାର୍ଡ, ଭର୍ତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନୂତନ ନିର୍ମାଣ ଶ୍ରମିକ ସଂଗ୍ରହ ସହିତ ବୋଳକଣା ଠାରେ ନୂ୍ତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣକୁ ନେଇ ଉପୁଜିଥିବା ବିବାଦ ଅଭିଯୋଗ ଗୁଡିକ ତୁରନ୍ତ ବିଧାୟକ ସମାଧାନ କରିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ସଠିକ କାର୍ଯ୍ୟ ସରକାରୀ କର୍ମଚାରୀ ମାନେ କରନ୍ତି ତାହେଲେ ଆଗାମୀ ଦିନରେ ଜନଶୁଣାଣି ସମୟରେ ଅଭିଯୋଗ ଆସିବ ନାହିଁ ବୋଲି ବିଧାୟକ କହିଛନ୍ତି ।  ବିଧାୟକ ନିଜେ ସାଧାସଳକ ଭାବେ ଅଭିଯୋଗ ଆଣିଥିବା ହିତାଧିକାରୀ ଓ ଅଧିକାରୀ ମାନଙ୍କ ସହିତ ଆଲେଚନା କରି ଜନଶୁଣାଣିରେ ଅଭିଯୋଗ ଗୁଡିକ ସମାଧାନ କରିଥିଲେ  । ବିଡିଓଙ୍କ ପ୍ରକୋଷ୍ଠ ପରିସରରେ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା  । ଏଥିରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦସଭ୍ୟ ମଳୟ ମହାନ୍ତି, ବିଡିଓ କ୍ଷୀରୋଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ବ୍ଳକ ଯୋଗାଣ ଅଧିକାରୀ ଲିପିସା ରାଣୀ ରାଉତ, ମିଶନ ଶକ୍ତି ମହିଳା ମହସଂଘର ସମ୍ପାଦିକା ବାସନ୍ତି ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ଡେଲାଙ୍ଗରୁ ଧିରେନ୍ଦ୍ର ସେନାପତି

Blog Archive

Popular Posts