Breaking News

ଦଲକି ପ୍ରାଥମିକ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି------ ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦଲକି ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଜଂଗଲ ବିଭାଗର କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟରେ ବୃକ୍ଷରୋପଣ କରିବା ସହିତ ଗାଁ ଗାଁ ବୁଲି ଜଂଗଲର ସୁରକ୍ଷା, ଜୀବଜନ୍ତୁଙ୍କ ସୁରକ୍ଷା, ପରିବେଶ ପ୍ରଦ୍ୟୁଷଣରୁ ମୁକ୍ତ କରିବା ଉପରେ ଶ୍ଳୋଗାନ ମାଧ୍ୟମରେ ସଚେତନ କରାଇଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟବକ୍ତା ଭାବେ ଫରେଷ୍ଟର ଅନନ୍ତ ପରିଡା ଯୋଗଦେଇ ଜଂଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା କରିବା ସହିତ ପ୍ଲାଷ୍ଟିକ, ପଲିଥିନି ପଦାର୍ଥ ଆଦିର ବ୍ୟବହାର ନକରି ପରିବେଶ, ପ୍ରଦ୍ୟୁଷଣ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ନିରାପତା କମିଟିର ସଦସ୍ୟ କାଳନ୍ଦୀ ନାୟକ, ସନୁ ଗିରି ପ୍ରମୁଖ ଯୋଗଦେଇ ଜଂଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ । ପରେ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ନୁତନ ଜଂଗଲ ସୃଷ୍ଟିକରି ଜୀବଜନ୍ତୁଙ୍କ ସୁରକ୍ଷା କରିବା ଦେବାସହ ଜଂଗଲପୋଡିକୁ ରୋକିବା ପାଇଁ ଗ୍ରାମବାସୀମାନେ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ । ଏହି ସଚେତନତା ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ । ଶିକ୍ଷକ ଆକାଶ କୁମାର ସାହୁ, ଦୁର୍ଗାପ୍ରସାଦ କର, ଲକ୍ଷ୍ମୀ ନାରାୟଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁରେଶ ନାୟକ, ପାଗଳ ନାୟକ, ଲଦର ହୋ, ସୁରୁ ହୋ, ଜୟରାମ ମହାକୁଡ, ଅବଳା ନାୟକ, ଚକ୍ରଧର ହୋ, ଫରେଷ୍ଟଗାର୍ଡ ଲକ୍ଷ୍ମୀଧର କିସ୍କୁଙ୍କ ସମେତ ଜଂଗଲ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇଥିଲେ ।
ହାଟଡିହରୁ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ

Blog Archive

Popular Posts