 |
Atabira News |
ବରଗଡ--- ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଭେଡେନ ବ୍ଳକର ରେମଣ୍ଡା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ବନ୍ଧଲି ମୁଡା ଠାରେ ଥିବା ନୀଳମାଧବ ପୀଠରେ ଗୁରୁବାର ପ୍ରଭୁ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ପର୍ବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ କୁନି କୁନି ପିଲାମାନେ ଶ୍ରୀକୃ୍ଷ୍ଣ ଓ ମା ରାଧା ବେଶ ହୋଇ ପୂଜାର୍ଚ୍ଚନା କରିଥିଲେ । ଘଣ୍ଟ, ହୁଳହୁଳି , ଶଙ୍ଖନାଦରେ ଆଖପାଖ ଅଞ୍ଚଳ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଭୁଙ୍କୁ ନଡିଆ, କଦଳୀ, ସେଉ, ଅଙ୍ଗୁର,ଖଇ, କୋରା ଆଦି ଭୋଗ କରାଯାଇଥିଲା । ଆଜି ସେହିପରି ନନ୍ଦ ଉତ୍ସବ ପୀଠରେ ଅନୁଷ୍ଠିତ ହୋଇଯାଇଛି ।
ବରଗଡରୁ ନବୀନ ଦାଶ