Breaking News

ଯୁବକ ଯୁବତୀ ଫେରାର, ଯୁବତୀର ବାପା ଥାନାରେ କଲେ ଅଭିଯୋଗ

ହାଟଡ଼ିହି, -----  ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଯୁବକ ଯୁବତୀ ନିଖୋଜ ହୋଇଯାଇଛନ୍ତି ।  ଯୁବତୀର ବାପା ଆନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ଏ ଘଟଣା ପଦାକୁ ଆସିଛି । ଦୁଇଜଣଙ୍କ ମଧ୍ୟରେ  ବହୁଦିନ ହେବ ପ୍ରେମ ସମ୍ପର୍କ ରହିଥିଲା  । ଯୁବକ ଯୁବତୀଙ୍କ ଚୋରା ପିରତୀ ଧରାପଡିଯିବାରୁ ଯୁବତୀ ଜଣକ ନିଖୋଜ ହୋଇଯାଇଛନ୍ତି  । ଏହାକୁନେଇ ଯୁବତୀ ଓ ଯୁବକଙ୍କ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଖବରରୁ ଜଣାଯାଇଛି  ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ବାଡିପଟେ ଯୁବତୀ ଓ ପଡୋଶି ଘରର  ଯୁବକ କଥାବାର୍ତ୍ତା ହେଉଥିବାବେଳେ ଯୁବତୀ ବାପା ଦେଖି ଦେଇ ଯୁବକକୁ ମାଡି ବସିଥିଲେ । ଏହି ଅବସରରେ ଯୁବତୀ ଜଣକ ଦୌଡି ପଳାଇଥିବାବେଳେ ଯୁବକ ଜଣକ କୌଶଳକ୍ରମେ ଖସି ପଳାଇଥିଲା । ତା ପରଠାରୁ ଯୁବତୀଙ୍କ ପରିବାର ଲୋକେ ଯୁବତୀକୁ ଖୋଜାଖୋଜି କରୁଥିଲେ ମଧ୍ୟ ଯୁବତୀର ସନ୍ଧାନ ମିଳିପାରିନି । ଏନେଇ ଯୁବତୀର ବାପା ଆନନ୍ଦପୁର ଥାନାରେ ଅଭିଯୋଗ କରିବାପରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ଏଏସଆଇ ବିମଳ ଚନ୍ଦ୍ର କାଲିଆ ପ୍ରମୁଖ ଗ୍ରାମରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ଯୁବକ ମଧ୍ୟ ଫେରାର ହୋଇଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଯୁବକର ପରିବାର ଓ ଯୁବତୀର ପରିବାର ମଧ୍ୟରେ ପାଟିତୁଣ୍ଡ ସହ ଉତ୍ତେଜନା ଲାଗି ରହିଛି ।
 କେନ୍ଦୁଝରରୁ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ

Blog Archive

Popular Posts