Breaking News

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର


D senapati
Sakhgopal News
ସାକ୍ଷୀଗୋପାଳ ----- ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ବୁଧବାର ଦିନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ମଳିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟିକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଆୟୋଜନ କରିଥିଲେ  ।  ରାଜ୍ୟ ସରକାରଙ୍କ ନାରୀ ଓ ଶିଶୁ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ  । ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦକ ଅମରେଶ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ସଚେତନତା ଶିବିରଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  ।   ବିଶେଷ କରି ସବୁ ଜାତିର ମହିଳା ଓ ଶିଶୁଙ୍କ ସହିତ ଦୁର୍ବଳ ଶ୍ରଣୀର ଲୋକମାନଙ୍କୁ ସରକାର ଆଇନ ସହାୟତା ଯୋଗାଇ ଦେବାସହ ପ୍ରତି ମାସରେ ବିଭିନ୍ନ ସ୍ଥାନରେ ଆଇନ ସଚେତନତା ଶିବିର କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦେଇ ବାଲ୍ୟବିହାର, ମହିଳା ନିର୍ଯ୍ୟାତନ ଓ ଶିଶୁ ମାନଙ୍କୁ ନିର୍ଯ୍ୟାତନା ଆଦି କାର୍ଯ୍ୟକୁ ସେ ନିନ୍ଦା କରିବା ସହ ସେମାନଙ୍କ ପାଇଁ ରାଜ୍ୟ ସରକାର ବା ସମ୍ବିଧାନ ଆଇନ ଅନୁଯାୟୀ  ଦଣ୍ଡ ବିଧାନ କରିବାର ଅଛି ବୋଲି କହିଥିଲେ  । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଜିଲ୍ଲାପରିଷଦ ସଭ୍ୟ ଧୁବଚରଣ ଦାଶ, ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପ୍ରେମବାଳା ତ୍ରିପାଠୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ପ୍ରସାଦ ପାତ୍ର ଓ ଡ୍ୟୁଇଓ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ସ୍କିମ ସମ୍ପର୍କରେ ଆଲେକପାତ କରିଥିଲେ  ।   ସେହିପରି ନୂଆସମେଶ୍ୱରପୁର ସରପଞ୍ଚଙ୍କ ପ୍ରତିନିଧି ବିରଞ୍ଚି ଦାଶ କହିଥିଲେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଜଣେ ଆଇନଜୀବୀଙ୍କୁ ନିଯୁକ୍ତି କରିବା ପାଇଁ ଆଇନ ରହିଥିଲେ ମଧ୍ୟସେ ଆଇନ ଆଇନ ବାଟରେ ରହିଯାଇଛି ବୋଲି ଅଭିଯୋଗ ଆଣିଥିଲେ ।  ସେହିପରି ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି  ଓ ମହିଳା ଗୋଷ୍ଠୀ ର ସଦସ୍ୟା ଓ ବୁଦ୍ଧଜିବୀ ମାନେ ଉପସ୍ଥିତ ରହିଥିଲେ  । ଶେଷରେ ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ  ଦେଇଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts