ବାଲିଗୁଡ଼ା ଏନଏସି ରେ ସ୍ବ୍ବାୟତ୍ତ ଶାସନ ଦିବସ ପାଳିତ
କନ୍ଧମାଳ-----+ ବାଲିଗୁଡ଼ା ଏନଏସିରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ନେହେରୁ ଓ ଗାନ୍ଧୀ ଛକ ରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଅତିଥି ଭାବେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ମମତା ବେହେରା , କାର୍ଯ୍ୟ ନିର୍ବାହୀ ଅଧିକାରି ଜୟନେବ ଷଡ଼ଙ୍ଗୀ, ଉପାଧ୍ୟକ୍ଷ ଲୋକନାଥ ପାଢୀ ଓ ପରିମଳ ଅଧିକାରୀ ରାଜକିଶୋର ସାହୁ ସ୍ୱାୟତ୍ତ ଶାସନ ଦିବସ ଓ ପରିମଳ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠିତ ସଭାରେ ବନବାସୀ ସେବା ସମିତିର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ସଂଗିତ ଗାନ କରିଥିଲେ । ପରେ ପରେ କୁନି କୁନି ପିଲାମାନଙ୍କୁ ଓ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ତ୍ରିବେଣୀ ପାର୍ଟିରେ ଏକ ଖେଳନା ରେଳଗାଡ଼ି ବିଧାୟକ ଉଦ୍ଘାଘାଟିତ କରିଥିଲେ ।