 |
Atabira news |
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସି ସ୍ଥିତ ମାରୱାଡି ଧର୍ମଶାଳା ଠାରେ ସ୍ତାନୀୟ ଅଞ୍ଚଳର ସରକାରୀ , ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୁବ ବିକାଶ କାର୍ଯ୍ୟକ୍ରମ ଜାଗୃତି ଶାଖା ଅତାବିରା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଉ ଡନ୍ବସ୍କୋ ସ୍ଳୁଲ, ସିଦ୍ଧାର୍ଥ ପବ୍ଳିକ ସ୍ଳୁଲ, ମାତୃପୁରୀ ଶ୍ରୀମା ଅରବିନ୍ଦ ସ୍ଳୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସରକାରୀ ବାଳକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, କୁଇଜ, ସ୍ଳୋଗାନ, ପ୍ରବନ୍ଦ ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରାୟ ୬ଟି ବିଦ୍ୟାଳୟର ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ ମାନେ ଅହଶ ଗ୍ରହଣ କରିଥିଲେ । ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନର ପଦାଧିକାରୀ ମାନେ ପୁରଷ୍କୃତ କରିଥିଲେ ।
ଅତାବିରାରୁ ନବିନ କୁମାର ଦାଶ