କନ୍ଧମାଳରେ ଅସୁରକ୍ଷିତ ମହିଳା ଶିକ୍ଷୟତ୍ରୀ ; ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ବିରୁଦ୍ଧରେ ଆଣିଲେ ଅଭିଯୋଗ
କନ୍ଧମାଳ ------ କନ୍ଧମାଳ ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି । କନ୍ଧମାଳରେ ବିଭିନ୍ନ ସମୟରେ ବିଦ୍ୟାଳୟର ଅନ୍ତେବାସୀ ନିର୍ଯ୍ଯାତନାର ଶିକାର ହେଉଛନ୍ତି । କେତେବେଳେ ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଅନ୍ତସ୍ବତ୍ତା ହେଉଛନ୍ତି ତ ଆଉ କେତେବେଳେ ହଷ୍ଟେଲ ଛାଡି ପିଲା ଯାଉଛନ୍ତି । ଏଥର ଏକ ଭିନ୍ନ ପ୍ରକାର ଅଭିଯୋଗ ଆସିଛି । କ ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟ ରେ କାର୍ଯ୍ୟରତ ଜୈନିକ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂ ଅସଭ୍ୟ ଆଚରଣ ସହ ଠେଲାପେଲା କରିବା ସହ ଏକଥା ସ୍ବାମୀ ଆଗରେ କିମ୍ବା କାହା ଆଗରେ ପ୍ରଘଟ କଲେ ରାୟଗଡା ଟିକିରି ଇତିଶ୍ରୀ ଘଟଣାର ପୁନରାବୃତ୍ତି ତଥା ହତ୍ୟା କରାଯିବ ବୋଲି ଧମକ ଦେଇଥିବା ନେଇ କ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ଶିକ୍ଷୟିତ୍ରୀ ଜଣଙ୍କ କରିଥିବା ଥାନା ଆଇଆଇସିଙ୍କ ଠାରୁ ପ୍ରକାଶ । ଘଟଣାଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି । ପରେ ଏ ଘଟଣା ଚପାଇ ଦେବା ସହ କମ୍ପର ମାଇଜ କରିବା ପାଇଁ ବାଧ୍ୟ କରୁଥିଲେ ।କ୍ଲାସରେ ପିଲା ନ ଥାଇ ଉପସ୍ଥାପନ ପକାଇବା ପାଇଁ ବାଧ୍ୟକରୁଥିବା ସଂପୃକ୍ତା ଶିକ୍ଷୟତୀ ଜଣଙ୍କ ଆଣିଛନ୍ତି ଅଭିଯୋଗ । ଦୀର୍ଘ ଏକ ମାସଧରି ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଜୈନିକ ଶିକ୍ଷୟତ୍ରୀ ଶାରିରୀକଏବଂ ମାନସିକ ନିର୍ଯ୍ଯାତନା ପରେ ଭୟରେ ଅଛନ୍ତି। ନୟରବିବାର ଦିନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ କନ୍ଧମାଳର କୁଇ ସମନ୍ବୟ ସମିତର ସମ୍ପାଦକ ଲମ୍ବୋଦର କହଁର ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୂଷ୍ଠାନ ଦାବୀ କରିଛନ୍ତି ନଚେତ୍ ଆଦିବାସୀ ସଂଘ ରାଜ ରାସ୍ତାକୁ ଓହ୍ଲାଇବାକୁ କଡା ଚେତାବନୀ ଦେଇଛି । ଅନ୍ୟ ପକ୍ଷରେ ଦେଖାଯାଉ ସେହି କନ୍ଧମାଳରେ ଆଉ ଇତିଶ୍ରୀ ହତ୍ୟାକାଣ୍ଡର ପୁନାଃରୁବୃତ୍ତି ଘଟୁଛି ନା ତଦନ୍ତ କରାଯାଇ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ଦିଆଯାଉଛି ତାହା କେବଳ ସମୟ କହିବ ।