 |
Sakhigopal Photo, D senapati |
ସାକ୍ଷୀଗୋପାଳ ----ଗାଁ ଗଣ୍ଡାରେ ଏବେ ଆଉ ଶୁଭୁନାହିଁ ଜାନୁଘଣ୍ଟିଙ୍କ ଶଦ୍ଧ । ଏବେ ସରି ସରି ଯାଉଛି ଏହି ଧର୍ମ ପ୍ରଚାରକ ମାନଙ୍କ କାହାଣୀ । ଦିନ ଥିଲା ଗ୍ରାମରେ ଏମାନେ ଗଲା ମାତ୍ରେ ଘରେ ଥିବା କୂଳବଧୁ ଓ ଛୋଟ ପିଲାମାନେ ନିଜ ନିଜ ଦାଣ୍ଡ ଦୁଆରେ ସେହି ଜାନୁଘଣ୍ଟି କୁ ଅପେକ୍ଷା କରିଥାନ୍ତି ଦାନ ଦେବା ପାଇଁ । ସେମାନେ କୌଣସି ଦୁଆରରେ ଠିଆ ହୋଇ କାହାକୁ କିଛି ମାଗି ନଥାନ୍ତି । ଗ୍ରାମ ଦାଣ୍ଡରେ ଦୁଇରୁ ତିନିଥର ସୀତା ରାମ ରାମ ରାମ ଶଦ୍ଧ କରିବା ସହ ପର୍ଶୁରାମଙ୍କ ଗୀତ ଗାନ କରି ବୁଲିଥାନ୍ତି । ଯିଏ ଯାହା ଦେଲା ଦାନ ହିସାବରେ ତାହା ସେ ଗ୍ରହଣ କରିଥାନ୍ତି । କେହି ଯଦି କିଛି ନ ଦିଅନ୍ତି ତାହେଲେ ତାଙ୍କ ମନ ଦୁଃଖ ହୋଇନଥାଏ ବା ବରିକ୍ତି ଭାବ ପ୍ରକାଶ ପାଇନଥାଏ । ବେକରେ ରୁଦ୍ରାକ୍ଷ ଓ ତୁଳସୀ ମାଳ, ମୁଣ୍ଡରେ ପଗଡି ମଥାରେ ମହାବୀରି ସିନ୍ଦୁର, ଡାହଣପଟ ଜଙ୍ଗରେ ଏକ ବଡ ଘଣ୍ଟି ବନ୍ଧା ହୋଇଥାଏ । ଦୁଇ କାନ୍ଦରେ ଗାମୁଛା ଓ ଦୋସଡା ପଡିଥାଏ । ଡାହଣ ହାତରେ ପର୍ଶୁରାମଙ୍କ ସଙ୍କେତ ଫାର୍ଶ ବାସ ହାତରେ ଏକ କାଠର ଥଳି । ପାଟିରୁ ଅନବର୍ତ ବାହାରୁଥାଏ ରାମନାମ ଓ ଧର୍ମ ବାଣୀ । କଣ୍ଟିଲୋ ଅଞ୍ଚଳର କାଳି ପ୍ରସାଦ ଗ୍ରାମର ଏହି ବ୍ୟକ୍ତି ଜଣଙ୍କ । ସେ କହନ୍ତି ଠାକୁରଙ୍କ ଆଜ୍ଞା ରେ ଆଜକୁ ପ୍ରାୟ ୩୫ ହେବ ଧର୍ମ ପ୍ରଚାର କରି ଆସୁଛନ୍ତି । ଏହି ବର୍ଷ ମଧ୍ୟରେ ଓଡିଶାର ବିଭିନ୍ନ ଗ୍ରାମ ସେ ଯାଇଛନ୍ତି ବୋଲି କହନ୍ତି । ମାତ୍ର ଏହି କାର୍ଯ୍ୟ ଆଉ କେହି କରିବାକୁ ମଧ୍ୟ ରାଜି ନାହାନ୍ତି ବୋଲି କହନ୍ତି । ବିଭିନ୍ନ ଗ୍ରାମରେ ଛୋଟ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତ ହେବା ପାଇଁ ବାପା ମା ଏହି ବୃର୍ତ୍ତି କରିବା ପାଇଁ ଠାକୁରଙ୍କ ପାଖେ ଯାଚଜ୍ଞା କରିଥାନ୍ତି । ମାତ୍ର ଆମ ସହିତ ତାଙ୍କ ପିଲାଙ୍କୁ ବେଶ କରି ଛାଡି ଦେଇ ଯାଚାଜ୍ଞା ପୁରଣ କରୁଛନ୍ତି ବୋଲି କହିଛନ୍ତି । ମୋ ପରି ଆଉ କେତେଜଣ ଅଛନ୍ତି ଆମେ ମରିବା ପରେ ଜାନୁଘଣ୍ଟ ଶଦ୍ଧ ଆଉ ଗ୍ରାମରେ ଶୁଭିବନାହିଁ ବୋଲି ସେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି