od
 |
odagana news |
ଓଡ଼ଗାଁ------- ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାଳୟ ଗୁରୁବାର ପରିଦର୍ଶନ କଲେ ମନ୍ତ୍ରୀ ଡ଼ଃ ଅରୁଣ ସାହୁ । କେତେବେଳେ କଲେଜ ଭିତରକୁ ପଶି ପାଠ ପଢାର ରିଆଲିଟି ଚେକ୍ କରୁଛନ୍ତି ତ କେତେବେଳେ ଅଫିସ ଭିତରୁ ଯାଇ ଠିକ ସମୟରେ କର୍ମଚାରୀ ଆସୁଛନ୍ତି ନା ନାହିଁ ତାର ରିଆଲିଟି ଚେକ୍ କରୁଛନ୍ତି । କେମିତି ଚାଲିଛି ଉଚ୍ଚଶିକ୍ଷା ବିଭାଗ, ତାହା ଅନୁଧ୍ୟାନ କରିବାକୁ ଆଜି ସକାଳ ୧୦ ଟାରେ ମନ୍ତ୍ରୀ ନଅ ତାଲା ଠାରେ ଥିବା ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ । ଅନେକ କର୍ମଚାରୀ ଆସିଥିଲେ, ଆଉ କିଛି ଆସୁଥିଲେ । କିଛି କର୍ମଚାରୀ ବିଳମ୍ବରେ ଆସୁଛନ୍ତି, ବିଳମ୍ବରେ ଯାଉଛନ୍ତି । ନିର୍ଦେଶାଳୟରେ ବାୟୋମେଟ୍ରିକ ବ୍ୟବସ୍ଥା ଥିବାରୁ ତାର ଯାଂଚରୁ ଏହା ଜଣାପଡୁଛି । ତେବେ ସବୁ କର୍ମଚାରୀ ନିର୍ଦ୍ଧିଷ୍ଟ ସମୟରେ ଅଫିସ ଆସିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏଥିସହ ଯେହେତୁ ଜିଲ୍ଲାର କର୍ମଚାରୀମାନେ ଭୁବନେଶ୍ୱର ଆସୁନାହାନ୍ତି, ତେଣୁ ମୁଖ୍ୟାଳୟରେ କୌଣସି ଫାଇଲ ଅଟକି ରହିବା ଉଚିତ ନୁହେଁ । ସେହିଭଳି କର୍ମଚାରୀମାନେ ଦପ୍ତରରେ କାମ କରିବାକୁ ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି ।
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ