Breaking News

ବ୍ଲକ ଅଧକ୍ଷ ଓ ସିଡିପିଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ; କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଉପଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

ଡେଲାଙ୍ଗ------ଡେଲାଙ୍ଗ ବ୍ଲକ ଅଧିନରେ ଥିବା ସାନଆଙ୍କୁଲା , ଶଂଖପାଟ ଓ ଡାକପଡା ଅଙ୍ଗନବାଡି କେନ୍ଦ୍ର ନାମରେ ବାରମ୍ବାର ଅବହେଳା ଅଭିଯୋଗ ଆସିବାପରେ ବିଧାୟକ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶରେ ବ୍ଲକ ଅଧକ୍ଷ ପ୍ରଶନ୍ନ କୁମାର ସାହୁ ଓ ଶିଶୁ ବିକାଶ ଅଧିକାରିଣି କାମିନି ପ୍ରଭା ସ୍ୱାଇଁ ଅଚାନକ କେନ୍ଦ୍ର ପରିଦର୍ଶନ କରିଥିଲେ  । ପରିଦର୍ଶନ ସମୟରେ ଡାକପଡା ଅଙ୍ଗନବାଡି କେନ୍ଦ୍ର ସୂଚାର ରୁପେ ଚାଲୁଥିବା ବେଳେ ଶଂଖପାଟ ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ଦେଖାଯାଇଥିଲା  ।  ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ କି ଟିଫିନ ଦିଆଯାଇନଥିଲା । ପିଲାଙ୍କ ଖେଳନା ସାମଗ୍ରୀ ପାଇଁ ଟଙ୍କା ଉଠାଯାଇଥିବା ବେଳେ, ସେଣ୍ଟରରେ ପିଲାଙ୍କ ଖେଳନା ସାମଗ୍ରୀ ନଥିଲା  ।  ଅଙ୍ଗନବାଡି ୱାର୍କର ଅନୁପସ୍ଥିତ ରହିଥିବା ଦେଖିଥିଲେ । ସେହିପରି ସାନଆଙ୍କୁଲା ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ଦେଖି ଅଧକ୍ଷ ଓ ଶିଶୁ ବିକାଶ ଅଧିକାରିଣି କ୍ଷୁବ୍ଧ ହୋଇଥିଲେ । ଉକ୍ତ ଅଙ୍ଗନବାଡି ୱାର୍କରଙ୍କ  ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଉପଜିଲ୍ଲାପାଳଙ୍କୁ ସୁପାରିଶ କରିଥିବା  ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହିଚନ୍ତି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts