ଅତାବିରା ପୋଲିସର ଅପରାଗତା ପଦାରେ ପଡ଼ିଲା;ଦିନ ଦ୍ଵିପହରେ ଚୋରି
ବରଗଡ଼---- ବରଗଡ଼ଜିଲ୍ଲା ଅତାବିରା ବ୍ଲକରେ ପୋଲିସ ପ୍ରଶାସନର ଅପାରଗତା ଏବେ ପଦାରେ ପଡିଛି । ପୋଲିସ ଆଢୁଆଳରେ ରାଜରାସ୍ତା ଉପରେ ମଦ ଓ ନିଶା କାରବାର ଯୋଗୁଁ ଅଞ୍ଚଳରେ ଚୋରି ଡକାୟତି ଲୁଟ ମାର ଘଟଣା ଠାରୁ ଆରମ୍ଭ କରି ବୋମା ବିସ୍ପୋରଣ ଘଟଣା ଘଟି ଚାଲିଛି । ଘଟଣା ଗୁଡିକ ପୋଲିସ ପାଇଁ ନିତିଦିନିଆ ହେଇଥୁବା ବେଳେ ଅଞ୍ଚଳରେ ଚାରିଆଡ଼େ ଭୟର ଆତଙ୍କ ଖେଳି ଯାଇଛି।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ଛକ ଜାତୀୟ ରାଜପଥରୁ ପାହାଡ଼ଶ୍ରୀଗିଡ଼ା ଯିବା ରାସ୍ତାରେ ତ୍କଥା ବିଜୟ ଲକ୍ଷ୍ମୀ ରାଇସ ମିଲ ପାଖରେ ଦିନ ଦ୍ଵିପହରେ ଚୋରି ।ସୂଚନାଯୋଗ୍ୟ ଯେ ଶେଷଦେଵ ନାୟକ ଏବଂ ତାଙ୍କ ସ୍ତ୍ରୀ ରିତା ଖମାରି ଦୁହେଁ ଶିକ୍ଷକ ଅଟନ୍ତି। ସବୁଦିନ ଭଳି ସ୍କୁଲକୁ ଯିବା ପରେ ତାଙ୍କ ଘରେ ଚୋରମାନେ କଲାକନା ବୁଲେଇ ଦେଇଛନ୍ତି। ୩୦ତାରିଖ ଦିନ ଏହି ଘଟଣା ଘଟିଛି । ସ୍ୱାମୀ ସ୍ତ୍ରୀ ସ୍କୁଲରୁ ଆସି ଦେଖିଲା ବେଳକୁ ଘରର ମୁଖ୍ୟ ଗେଟର ତାଲା ଭଙ୍ଗା ଯାଇଛି। ବେଡ଼ରୁମକୁ ଯାଇ ଦେଖିଲା ବେଳକୁ ସୁନା ରୁପା ନଗଦ ୬୦୦୦ ଟଙ୍କା ସହିତ ଠାକୁର ଘରୁ ରୁପା ମୂର୍ତି ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି।
ବରଗଡ଼ରୁ ଜିଲ୍ଲାପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ