Breaking News

ଓଡ଼ଗାଁ ରଘୁନାଥ ଜୀଉଙ୍କ ହୁଣ୍ଡିରୁ ସଂଗହ ହେଲା ୩ଲକ୍ଷ ୧୧ହଜାର ୫୫୯ଟଙ୍କା


ଓଡ଼ଗାଁ  --------ଓଡ଼ଗାଁର ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରକୁ ସମଗ୍ର ଓଡିଶା ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସି ନିସର୍ତ୍ତ ଦାନ କରିଥାନ୍ତି। ଦୀର୍ଘ ଆଠ ମାସ ପରେ ଦାନ ହୁଣ୍ଡି ଖୋଲିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ହୁଣ୍ଡି ଦାନବାକ୍ସ ରୁ ୩ଲକ୍ଷ ୧୧ହଜାର ୫୫୯ଟଙ୍କା ସହିତ ୩.୯ ଗ୍ରାମ ସୁନା,୯ଗ୍ରାମ ରୂପା ଅଳଙ୍କାର ଓ ୫କିଲୋ ୪୦୦ଗ୍ରାମ ପିତଳ ସାମଗ୍ରୀ ମିଳିଛି । ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରମୋଦ କୁମାର ନାୟକ, ଦେବୋତ୍ତର  ମ୍ୟାନେଜର ତାପସ ରଂଜନ ପଟ୍ଟନାୟକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ପୂଜକ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ, ସଂପାଦକ ପ୍ରଦ୍ୟୁମ୍ନ କୁମାର ଦାଶ, ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ  ଓ  ଓଡଗାଁ  ଥାନା ଏସ୍ଆଇ ବଂଶୀଧର ବିଶ୍ୱାଳଙ୍କ  ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । ଦାନରାଶିକୁ ମନ୍ଦିର ଉନ୍ନୟନ କ୍ଷେତ୍ରରେ ଉପଯୋଗ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। 


S  K dalii
Odangan News
ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts