ଚଳନ୍ତା କାରରେ ଲାଗିଲା ନିଆଁ
ପିପିଲି ----- ହରିରାଜପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଦାମିକିଆ କାରରେ ନିଆଁ ଲାଗିଯାଇଛି । କାର ରେ ଥିବା ୩ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଜଟଣିରୁ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୂଚନା ମୁତାବକ ଭୂବନେଶ୍ବର ଓଇସି ରାସ୍ତାରେ ଏସି ଲଗାଇ ଆସୁଥିବା ବେଳେ ପଛ ସିଟିଂରେ ବସି ଥିବା ଯୁବକ ସିଗାରେଟ ରୁ ନିଆଁ ଲାଗି କାରଟି ଜଳିଥିବା ଜଣାପଡିଛି ।