Breaking News

ପ୍ରେମିକାକୁ ମୋବାଇଲ ଦେବାକୁ ଯାଇ ପ୍ରେମିକ ସହ ତିନି ଗିରଫ

ହାଟଡ଼ିହି-----: ପ୍ରେମିକାକୁ ମୋବାଇଲ ଦେବାକୁ ଯାଇ ପରିବାର ହାତରେ ଧରାପଡିଛନ୍ତି ତିନିଜଣ ଯୁବକ । ପ୍ରେମିକାଙ୍କ ପରିବାର ଲୋକଙ୍କ ଅଭିଯୋଗରେ ସୋସୋ ପୁଲିସ ଏକ ମାମଲା ରୁଜୁକରି ସେମାନଙ୍କୁ ଗିରଫ କରିଛି ।  ଖବରରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ମରୈଗାଁ ଅଞ୍ଚଳର ଦେବାଶିଷ ଦାଶ ନାମକ ଜଣେ ଯୁବକ ବିଦ୍ୟାଧରପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀକୁ ଭଲ ପାଉଥିଲା । ଗତ କିଛିଦିନ ପୁର୍ବେ ସେହି କଲେଜ ଛାତ୍ରୀ ଜଣକୁ ସେ ଉଠାଇ ଆଣି ବିବାହ କରିବାକୁ ରଖିଥିବାବେଳେ ସୋସୋ ପୁଲିସ ନନ୍ଦିପଦା ପୁଲିସ ସହଯୋଗରେ ଉକ୍ତ ଛାତ୍ରୀକୁ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳେ ଏନେଇ କୌଣସି ମାମଲା ରୁଜୁ କରାନଯାଇ ଉଭୟ ପରିବାର ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଥିଲା । କଲେଜ ଛାତ୍ରୀର ପରିବାର ଲୋକେ ଯୁବତୀକୁ ଆକଟ କରି ରଖିଥିବାବେଳେ ତାକୁ ମୋବାଇଲରେ କାହା ସହିତ କଥାବର୍ତ୍ତା କରାଇ ଦେଉନଥିଲେ । ଏହା ଜାଣିବାପରେ ଗତକାଲି ରାତି ୯ଟାବେଳେ ପ୍ରେମିକ ଦେବାଶିଷ ନିଜର ସାଙ୍ଗ ଅକ୍ଷୟ ଜେନା ଓ ସୌମ୍ୟରଞ୍ଜନ ଜେନାକୁ ଧରି ଏକ ବାଇକ ଯୋଗେ ବିଦ୍ୟାଧରପୁରକୁ ଯାଇ ମୋବାଇଲ ଦେବାପାଇଁ ଉକ୍ତ ଯୁବତୀଙ୍କ ଘରକୁ ଯାଇଥିଲା । ବାହାରେ ବାଇକ ରଖିଦେଇ ସେମାନେ ଲୁଚିକରି କଲେଜ ଛାତ୍ରୀକୁ ମୋବାଇଲ ଦେବାପାଇଁ ତାଙ୍କ ଘରକୁ ଯିବାବେଳେ ପରିବାର ଲୋକଙ୍କ ହାବୁଡରେ ଧରା ପଡିଯାଇଥିଲା । ପରିବାର ଲୋକେ ସେମାନଙ୍କୁ ଧରି ଭଲକରି ଧୁଲେଇ କରିବାପରେ ସୋସୋ ପୁଲିସକୁ ଜିମା ଦେଇଥିଲେ । ସୋସୋ ପୁଲିସ କଲେଜ ଛାତ୍ରୀର ବାପାଙ୍କ ଅଭିଯୋଗ କ୍ରମେ ଏକ ମାମଲାରୁଜୁକରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାଯାଇଛି ।
ହାଟଡିହରୁ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ

Blog Archive

Popular Posts