Breaking News

ଓଡ଼ିଆ ଭାଷାରେ ମିଳିଲା ରେଳଯାତ୍ରା ଏବଂ ପ୍ଲାଟଫର୍ମ ଟିକଟ


S dalaie
BBSR News
ଭୁବନେଶ୍ୱର-----  ଶନିବାର ଠାରୁ ଓଡ଼ିଆ ଭାଷାରେ ରେଳ ଟିକଟ ମିଳିବା ଆରମ୍ଭ ହୋଇଛି। ରାଜ୍ୟରେ ରେଳସେବା ଆରମ୍ଭ ହେବାର ୧୨୦ ବର୍ଷ ପରେ ଏଭଳି ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଶନିବାର ଠାରୁ ବିଧିବଦ୍ଧ ଭାବେ ରାଜ୍ୟରେ ଥିବା ୩୧୭ଟି ରେଳ ଷ୍ଟେସନ୍‌ରେ ଓଡ଼ିଆ ଭାଷାରେ ଛାପା ହୋଇଥିବା ଟିକଟ ମିଳିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକଟ(ୟୁଟିଏସ୍‌) ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।ଓଡ଼ିଶାରେ ଥିବା ୩୧୭ଟି ରେଳ ଷ୍ଟେସନ୍ ମଧ୍ୟରୁ ପୂର୍ବତଟ ରେଳପଥ ସମେତ ଦକ୍ଷିଣ ପୂର୍ବ ରେଳପଥ ଓ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ ଜୋନ୍ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନ୍‌ରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ରେଳ ଟିକଟ ଉପଲବ୍ଧ ହେବ। କଲକାତା ସ୍ଥିତ ସେଣ୍ଟର ଫର୍ ରେଲୱେ ଇନଫରମେସନ୍ ସିଷ୍ଟମ୍ (ସିଆରଆଇଏସ୍) ପକ୍ଷରୁ ଏହି ପ୍ରକଳ୍ପ ସମ୍ପାଦିତ ହୋଇଛି। ଅଣସଂରକ୍ଷିତ ଟିକଟ କିଣିଲେ ସେଥିରେ ଓଡ଼ିଆ ଭାଷାରେ ଗନ୍ତବ୍ୟସ୍ଥଳର ନାମ ଲେଖା ହୋଇଥିବା ଦେଖିବାକୁ ମିଳିବ। ରାଜ୍ୟର ସମସ୍ତ ରେଳ ଷ୍ଟେସନ୍‌ରେ ଅଣସଂରକ୍ଷିତ ଟିକଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷାରେ ଗନ୍ତବ୍ୟ ଏବଂ ଟ୍ରେନ୍ ଛାଡ଼ିବା ସ୍ଥାନ ଉଲ୍ଲେଖ ରହିବ। ଏହା ପାଖରେ ଟ୍ରେନ୍‌ର ନାମ ମଧ୍ୟ ଓଡ଼ିଆ ଭାଷାରେ ଲେଖା ରହିଥିବାର ଜଣାପଡିଛି ।

ସୁଦୀପ୍ତ କୁମାର ନାୟକ

Blog Archive

Popular Posts