Breaking News

ଚାଷୀ ନାମ ପଞ୍ଜିକରଣ ପାଇଁ ଗଡିଲା ସଚେତନତା ରଥ


 D Senapati
Sakhigopal News
ସାକ୍ଷୀଗୋପାଳ ----- ଖରିଫ ଧାନ ସଂଗ୍ରହ ପାଇଁ ୨୦୧୯- ୨୦୨୦ ବର୍ଷ ପାଇଁ ଚାଷୀ ମାନେ ନାମ ପଞ୍ଜୀକରଣ କରିବା ପାଇଁ  ସଚେତନତା ରଥ ବାହାରିଛି  । ଅଗଷ୍ଟ ମାସ ୬ ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହୋଇ ଏହି ମାସ ୩୧ ତାରିଖରେ ଶେଷ ହେବ ବୋଲି ଜଣାପଡିଛି । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀ ମାନେ ନିଜନିଜ ସମବାୟ ସମିତି କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିବା ପାଇଁ  କୁହାଯାଇଛି  । ଏହି ରଥକୁ କାର୍ଯ୍ୟାଳୟର ହିସାବ ନୀରିକ୍ଷକ ଜଗତ ଜ୍ୟୋତି  ସାହୁ ଙ୍କ ସହ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପତାକା ଦେଖାଇ  ଉଦ୍ଘାଟନ କରିଥିଲେ   । ନଭେମ୍ବର ୧ ତାରିଖରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ରାଜ୍ୟରେ ଚାଷୀ ମାନଙ୍କ ଠାରୁ ଧାନ କିଣା ପ୍ରକିୟା ଆରମ୍ଭ କରିବେ ବୋଲି ଜଣାପଡିଛି  ।  ନୂତନ ଭାବେ ନାମ ପଞ୍ଜିକରଣ କରିଲେ ଆଗାମୀ  ଦିନରେ ଚାଷୀ ଆଉ ନାମ ପଞ୍ଜିକରଣ କରିବାକୁ ପଡିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି । ମାତ୍ର ଦୁଖର ବିସୟ ଯେ ଆଉ ମାତ୍ର ଆଠ ଦିନ ନାମ ପଞ୍ଜିକରଣ ଶେଷ ତାରିଖ ରହିଥିବା ବେଳେ  ସଚେତନତା ରଥ ବୁଲିବା କିଛି ଦରକାର ନଥିଲା ବୋଲି ଚାଷୀ ମାନେ କହନ୍ତି । ଅନ୍ୟ ପକ୍ଷେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବାର ମୁଖ୍ୟ ଅଂଶୀଦାର ଯୋଗାଣ ବିଭାଗ  । ମାତ୍ର ସତ୍ୟବାଦୀ ଯୋଗାଣ ବିାଗ ଅଧିକାରୀଣି ଏ ଦିଗରେ ସମ୍ପର୍ଣ୍ଣ ଚୁପ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts