Breaking News

ହତ୍ୟାକାଣ୍ଡରେ ଜଡିତ ଥିବା ଅଭିଯୁକ୍ତ ଗିରଫ

ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମରେ ୨୦୧୭ ମସିହାରେ ଏକ ହତ୍ୟାକାଣ୍ଡରେ ଜଡିତ ଥିବା ଅଭିଯୁକ୍ତ ଦିଗମ୍ବର ଜେନା ( ୩୦)ଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସୁଚନାଯୋଗ୍ୟଯେ ନିରଞ୍ଜନ ବଳବନ୍ତରାୟ  ଶୌଚ ହୋଇ ଘରକୁ ପେରୁଥିବା ସମୟରେ ଉକ୍ତ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ହାଣିକି ହତ୍ୟା କରିଥିଲେ  । ନିରଞ୍ଜନଙ୍କ ବାପାଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା ୨୧୫/ ୧୭ରେ ଏକ କେସରୁଜ କରି କେତେଜଣଙ୍କୁ ଗିରଫ କରିଥିବା ବେଳେ ଦିଗମ୍ବର ପୋଲିସକୁ ଚକମା ଦେଖାଇ ସେଇଦିନ ଠାରୁ ଫେରାର ଥିଲା  । ମଙ୍ଗଳବାର ତଥା ୨୦ ତାରିଖ ଦିନ ଦିଗମ୍ବର ଗ୍ରାମକୁ ଫେରି ନିରଞ୍ଜନଙ୍କ ଘରକୁ ଯାଇ ତୁରନ୍ତ କେସ ସମାଧାନ କର ନଚେତ ମାରିଦେବାକୁ ଧମକ ଦେଇଥିବା ମୃତକ ନିରଞ୍ଜନଙ୍କ ମା ରିନା ବଳବନ୍ତରାୟ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ପୋଲିସ ୧୪୬/୧୯ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ  । କୌଣସି ସୁତ୍ରରୁ ଖବର ପାଇ ଡେଲାଙ୍ଗ ପୋଲିସ କୁଆପଦା ଗ୍ରାମ ପାଖରେ ଥିବା ଜଙ୍ଗଲରୁ ଦିଗମ୍ବର ଜେନାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆସନ୍ତା କାଲି ପିପିଲି କୋର୍ଟକୁ ପଠାଯିବ ବୋଲି ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts