ମାଛ ଜାଲରେ ପଡି ଅଜଗର ସାପର ମୃତ୍ୟୁ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗଉଡକେରା ଗ୍ରାମ ଗହିର ବିଲରେ ଜାଲରେ ପଡି ଏକ ସାପର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗ୍ରାମ ଗହରି ଦେଇଯାଇଥିବା ସଫେଇ ନାଳ ପୋଲଘାଇ ଠାରେ ବସାଯାଇଥିବା ଫାସି ମାଛଜାଲରେ ୭ ଫୁଟ ଲମ୍ବାର ଏକ ଅଜଗର ସାପ ଲାଗି ଯାଇଥିଲା । ଦୁଇ ତିନି ଦିନ ହେବ ସେଠାକୁ କେହି ଯାଇନଥିଲେ । ଜାଲରେ ପଡିଥିବା ଅଜଗର ସାପଟି ଜାଲରେ ଛନ୍ଦି ହୋଇ ଶେଷରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳେ ଜାଲ ଆଣିବା ସମୟରେ ଏହି ସାପଟି ପଡି ମରିଯାଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି