Breaking News

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଭଜନ ପରିବେଷଣ


 D Senapti
Sakhigopal News
ସାକ୍ଷୀଗୋପାଳ--------ସାକ୍ଷୀଗୋପିନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳନ ଏ ବର୍ଷ ମଧ୍ୟ ଯାକ ଜମକରେ ପାଳିତ ହୋଇଯାଉଛି  । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ଉତ୍ସବ ମୁଖର ହୋଇଉଠିଛି । ସାକ୍ଷୀଗୋପିନାଥ ସେବାୟତ ସଂଘ ଆନୁକୂଲ୍ୟରେ ମନ୍ଦିର ସମ୍ମୁଖରେ ଦୁଇ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା   । ପୁରୋହିତଙ୍କ ଦ୍ୱାରା ମଣ୍ଡପ ସଂସ୍କାର, ଅଙ୍କୁରରୋପଣ, ଧ୍ୱଜା ବନ୍ଧନ, ନବଗ୍ରହପୂଜା ସହିତ ଜଳଘଟ ସ୍ଥାପନ ପରେ ପରେ ସୂର୍ଯ୍ୟପୂଜା, ମାତୃପୂଜା, ଅଗି୍ନସ୍ଥାପନ ପରେ ଗୋପାଳ ସହସ୍ର ନାମ ପାଠ କରାଯାଇଥିଲା  ।    ମନ୍ଦିରରେ ଆଜି ସକାଳୁ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ସରିବା ।ପରେ ଭକ୍ତ ମାନଙ୍କ ପାଇଁ ସାହଣ ମେଳା ଦର୍ଶନ କରାଯାଇଥିଲା  । ଭକ୍ତ ମାନେ  ଫୁଲ, ନଡିଆ, ଫଳମୂଳ, ରାଶି, ନଡିଆ କେରା ଭୋଗ କରିବାକୁ ଆସିଥିବାର ଦେଖାଯାଇଥିଲା  ।  ସେବାୟତ ସଂଘ ପକ୍ଷରୁ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଭଜନ ସମାରୋହର ମୁକ୍ୟ ଅତିଥବ ଭାବେ ବିଡିଓ ସରୋଜ କୁମାର ଦତ୍ତ ଆନୁଷ୍ଠାନିକ ଭାବେ ସଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  । ସମ୍ମାନୀୟ ଅତିଥି ଭାବେ  ସତ୍ୟବାଦୀ ଥାନା ଅଧିକାରୀ ସୁଜିତ କୁମାର ଦାସ ,  ଡ. ସିଦ୍ଧାର୍ଥ ସାହୁ ,  ମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର, ପୂର୍ବତନ ଏବିଡିଓ ସିର୍ଦ୍ଧେଶ୍ୱର ପଟ୍ଟନାୟକ ଯୋଗଦେଇ ଯୁବ ସେବାୟତ ମାନଙ୍କୁ ସମ୍ବଦ୍ଧିତ କରିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ସେବାୟତ ସଂଘର ସଭାପତି ଲିଙ୍ଗରାଜ ମହାପାତ୍ର, ସମ୍ପାଦକ ଦିବାକର ମହପାତ୍ର ,ଉପସଭାପତି ସଂଜୟ ନନ୍ଦ, ପରିଚାଳନା କମିଟି ସଦସ୍ୟ ଅଶୋକ ଖୁଣ୍ଠିଆ, ଶ୍ୟାମ ସୁନ୍ଦର ମହାପାତ୍ର, ଉମେଶ ନନ୍ଦ ପ୍ରୁମଖ କାର୍ଯ୍ୟକ୍ରମକୁ ସଫଳ ଭାବରେ ପରିଚାଳନା କରିଥିଲେ  । ଏହି ଅବସରରେ ଓଡିଶୀନୃତ୍ୟ, ଓ ଗୋଟିପୁଅ ନୃତ୍ୟୁ ପରିବେଷଣ ପରେ ଭଜନ ସମାରୋହରେ ଓଡିଶାର ସୁପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ମନ୍ନଥ ମିଶ୍ରଙ୍କ ‘ସମର୍ପଣ’ ଗ୍ରୁଫର ସହଯୋଗୀ କଳାକାର ବୃନ୍ଧ ଭଜନ ପରିବେଷଣ କରିଥିଲେ  । ଆଇନଜୀବୀ ଅଞ୍ଜନ କୁମାର ହୋତା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts