Breaking News

ଏମ କେ ଆନ୍ତର୍ଜାତୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ ପ୍ରଣବକୁ ଗୋଲ୍ଡ ଜନ୍ମଜୟ କୁ ବ୍ରୋଞ


ପିପିଲି- -----ନୁଆଦିଲ୍ଲୀ ତାଲକଟୋରା ଇନ୍ଦୋର ଷ୍ଟାଡିୟମରେ ୧୫ଟି ଦେଶର ଖେଳାଳିଙ୍କୁ ନେଇ ଅନୁଷ୍ଠିତ ଆନ୍ତର୍ଜାତିକ ଟାଏକୁଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  ।  ପୁରୀ ଜିଲ୍ଲା ପିପିଲି ବ୍ଲକ ଅଧିନସ୍ଥ ଯଶୁଆପୁର ପାୟତର ପାରିପୋଟଳି ଗ୍ରାମର  ପ୍ରଣବ ପ୍ରକାଶ ଦାସ(୧୮) ଗୋଲ୍ଡ ପଦକ ପାଇବାରେ ସଫଳ ହୋଇଛନ୍ତି । ସେ ବିଜେବି କଲେଜର +୩ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ର । ସେହିପରି ବ୍ରୋଞ ପଦକ ବିଜେତା ତେଇଶିପୁର ଗ୍ରାମର  ଜନ୍ମଜୟ ରଥ  ( ୧୬) ସେ ଏବେ ଟାଇମ୍ସ ଗୁରୁକୂଳ ସ୍କୁଲ ବଳଙ୍ଗା ଦଶମ ଶ୍ରେଣିର ଛାତ୍ର ଅଟନ୍ତି ।  ଖେଳରେ ଓଡିଆ ଖେଳାଳିମାନେ ୧୯ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାରୁ ୪୭ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । କୋଚ ନିରଞନ ସାହୁ ବାଳିକା ବିଭାଗ କୋଚ ଜସ୍ମିନ ପରିଡା ବାଳକ ବିଭାଗ କୋଚ ଏମଆର ଜଗାରାଓ ଏବଂ ମ୍ୟାନଜର ଲଲାଟ କୁମାର ପରିଡା ରହିଥିଲେ । ପ୍ରତିଯୋଗିତାରେ ଭାରତ ପକ୍ଷରୁ ୩୩୩ଜଣ ଖେଳାଳି ଅଂଶ ଗ୍ରହଣ କରି ଥିଲେ । ଦଳର ପଦର୍ଶନ ନେଇ ରାଜ୍ୟ ଟାଏକୁଣ୍ଡ ସଂଘର ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ଓ ବୈଷୟିକ ନିର୍ଦ୍ଦେଶକ ଜୟକୃଷ୍ଣ ପରିଡା ପ୍ରମୁଖ  ପ୍ରଶଂସା କରିଛନ୍ତି । 

ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts