ମଦମୁକ୍ତ ଓଡିଶା ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ
ଶରଣକୁଳ------ ବିବର୍ତ୍ତନର ତାଳେ ତାଳେ ଆଧୁନିକ ମଣିଷ ଯେତିକି ଉନ୍ନତି କରୁଛି ସମାଜକୁ ନିଶା ସେତିକି କବଳିତ କରୁଛି। ମଦ ବିକ୍ରିକରି ସରକାର ସବୁଠୁ ବେଶି ରାଜସ୍ୱ ଆଦାୟ କରୁଛନ୍ତି ବୋଲି କହନ୍ତି । ଅନ୍ୟ ପକ୍ଷେ ରାଜ୍ୟରେ ଦିନକୁ ଦିନ ଗଣ୍ଡଗୋଳ,ଚୋରୀ,ଡକାୟତି,ଦୁର୍ଘଟଣା ତଥା ହତ୍ୟାକାଣ୍ଡ ବଢିଚାଲିଛି। ତଥାପି ଏଥିପ୍ରତି ସରକାରଙ୍କ ଅଙ୍କୁଶ ନାହିଁ। ବିହାର ଭଳି ରାଜ୍ୟରେ ସରକାର ମଦ ଏବଂ ତମାଖୁବିକ୍ରି ସମ୍ପୂର୍ଣ୍ଣ ନିଷେଧ କରିଥିବାବେଳେ ମଦବିକ୍ରି ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି ଓଡିଶା ସରକାର। ଦେଶରେ ଉଜୁଡିଯାଉଛି ଗରିବ ଖଟିଖିଆଙ୍କ ସଂସାର। ନୟାଗଡ଼ ଜିଲ୍ଲା ଶରଣକୁଳ ଅନ୍ତର୍ଗତ ହରିହରପୁରର ଗ୍ରୀନ କ୍ଲବର ସମାଜସେବା କିନ୍ତୁ ନିଆରା । ଏମାନଙ୍କ ପ୍ରୟାସରେ ଗାଁର ନିର୍ମଳ ପରିବେଶ ଅଞ୍ଚଳ ରେ ଉଦାହରଣ ପାଲଟିଛି । ଏବେ ସମାଜକୁ ମଦମୁକ୍ତ କରିବାକୁ ଭିନ୍ନ ପ୍ରୟାସ କରିଛନ୍ତି ଗ୍ରୀନ କ୍ଲବର ଯୁବଗୋଷ୍ଠୀ । ଶରଣକୁଳ ଲଡୁବାବାଙ୍କ ମନ୍ଦିର ଆଗରେ ବଜ୍ର ଶପଥ ନେଇଥିଲେ ଯୁବଗୋଷ୍ଠୀ। ଆମେ ମଦ ମୁକ୍ତି ପାଇଁ ଦାବୀ ନୁହେଁ ଜିଦ କରିଛୁ ବୋଲି ନାରା ଦେଇଥିଲେ। ସ୍ଲୋଗାନ ଥିଲା-ଜାଗିଲା ଯୁବକ,ଜଗିବ ଓଡିଶା।ଏଥିରେ ଯୁବଗୋଷ୍ଠୀଙ୍କୁ ସହାୟତା କରିଥିଲେ ଦୁଇ ସମାଜସେବୀ ସମାସ ଷଡଙ୍ଗୀ ଏବଂ ତାରାକାନ୍ତ ପଟ୍ଟନାୟକ।
ସୁଦୀପ୍ତ କୁମାର ଦଳେଇ
ରିପୋର୍ଟ- ବାପୁନି ରାଉତ, ଶରଣକୁଳ------