ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଉପଲକ୍ଷେ ସ୍ୱାସ୍ଥ୍ୟ ସେବା ଶିବିର
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଉପଲକ୍ଷେ ସିଂହଦ୍ୱାର ଠାରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫ଶହରୁ ଅଧିକ ପୁରୁଷ , ମହିଳା ଓ ଶିଶୁ ରୋଗୀ ମାନଙ୍କୁ ବିଶେଷଜ୍ଞ ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା । ଏବଂ ମଧୁମେହ ରକ୍ତ ପରୀକ୍ଷା କରାଯାଇଥିଲା । ଏହି ପରିପେକ୍ଷୀରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ପୁରୁଷୋତ୍ତମ ସେବା ସଂସ୍ଥାର ଅଧ୍ୟକ୍ଷ ଡା. ବଲ୍ଲଭ କୁମାର ଜୟସିଂ, ସମ୍ମାନିତ ଅତିଥି ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁ ସୂଦନ ଦାସ, ଅବସରପ୍ରାପ୍ତ ଡାକ୍ତର ଗଗନ ବିହାରୀ ଆଚାର୍ଯ୍ୟ ଓ ଡା. ନରହରି ମିଶ୍ରଙ୍କ ସହିତ ଡା. ସନତ କୁମାର ମହାପାତ୍ର, ଡା. ଦେବାଶିଷ କାନୁନଗୋ, ଡା. ଗୌର କୁମାର ବାରିକ ଓ ସେବାୟତ ସଂଘର ସଭାପତି ଲିଙ୍ଗରାଜ ମହାପାତ୍ର, ସମ୍ପାଦକ ଦିବାକର ମହାପାତ୍ର, କୋଷାଧ୍ୟକ୍ଷ ଉମେଶ ନନ୍ଦ ଓ ସଦସ୍ୟ ଶ୍ୟାମ ସୁନ୍ଦର ମହାପାତ୍ର, ସଂଜୟ ନନ୍ଦ, ଅଶୋକ ଖୁଣ୍ଠିଆ, ରାମଚନ୍ଦ୍ର ନନ୍ଦ, ସନ୍ତୋଷ ମେକାପ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରକ
ମକୁ ଉଦ୍ଘାଟନ କରିଥିଲେ । ମାନବ ସେବାଠାରୁ ଆଉ ବଡ ସେବା କିଛି ନାହିଁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପୁରୀର ଶ୍ରୀ ପୁରୁଷତ୍ତମ ସେବା ସଂସ୍ଥା ଓ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘଙ୍କ ମିଳିତ ଆନୂକୁଲ୍ୟରେ ସ୍ୱାସ୍ଥ୍ୟ ଶିବିରଟିର ଆୟୋଜନ କରାଯାଇଥିଲା । ÷ଅବସରପ୍ରାପ୍ତ ଫାର୍ମାସିଷ୍ଟ ସତ୍ୟବାଦୀ ମାଝି, ପ୍ରଶାନ୍ତ ବିଶ୍ୱାଳଙ୍କ ସହିତ ବିଭିନ୍ନ ମେଡିସିନ କମ୍ପାନୀର ପ୍ରତିନିଧି ମାନେ ମେଡିସିନ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଭୁବନା ନନ୍ଦ ତ୍ରିପାଠୀ ରକ୍ତ ପରୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
Sakhigopal News |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି