Breaking News

ସିଫା ପକ୍ଷରୁ ମାଛ ଚାଷ ଓ ସ୍ୱାସ୍ଥ୍ୟ ସମ୍ମନ୍ଦୀୟ ସଚେତନତା ଶିବିର

D senapati
Sakhigopal News
ସାକ୍ଷୀଗୋପାଳ ----  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ସ୍ଥିତ ଗୋପବନ୍ଧୁ ସ୍ମୃତି ଭବନ ପରିସରରେ ଭୁବନେଶ୍ୱର ସିଫା ତରଫରୁ  ମାଛଚାଷ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି  ।   ଅନୁଷ୍ଠିତ ଆଲେଚନା ଚକ୍ରରେ ସିଫାର ପରିଚାଳନା ବିଭାଗ ଓ ମୁଖ୍ୟ ବୈଜ୍ଞାନିକ ସୁଧାଶୁଂ ଶେଖର ମିଶ୍ର, ବୈଜ୍ଞାନିକ ହିମାଶୁଂ କୁମାର ଦେ, ବୈଜ୍ଞାନିକ ସତ୍ୟନାରାୟଣ ସାହୁ, ବୈଜ୍ଞାନିକ ପଙ୍କଜ କୁମାର ତିୱାରୀ, ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ମାଛ ଚାଷ , ମାଛର ସ୍ୱାସ୍ଥ୍ୟ ଓ ପାଣି, ମାଟିର ପରୀକ୍ଷା ନିହାତି ଆବଶ୍ୟକତା ରହିଛିି ବୋଲି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଥିଲେ  ।  ୯୮ ଜଣ ମାଛ ଚାଷୀ ମାନଙ୍କର ପୋଖରୀ ପାଣି ପରୀକ୍ଷା କରାଯାଇ ସେମାନଙ୍କୁ ବୈଜ୍ଞାନିକ ମାନେ ବିଭିନ୍ନ ପରାମର୍ଶ ଦେଇଥିଲେ  ।  ସତ୍ୟବାଦୀ ଅଞ୍ଚଳର ମାଛ ଚାଷ ଉପଦେଷ୍ଠା ପ୍ରସନ୍ନ କୁମାର ବିଶୋଇ ରାଜ୍ୟରେ ବର୍ଷକୁ ୬ଲକ୍ଷ ଟନ ମାଛର ଆବଶ୍ୟକତା ରହିଥିବା ବେଳେ  ମାତ୍ର ରାଜ୍ୟରେ ୨ଲକ୍ଷ ଟନ ମାଛ ଉତ୍ପାଦନ ହୋଉଛି ବୋଲି ସେ କହିଥିଲେ  । ପୁରୁଣା ପୋଖରୀରେ ମାଛ ଚାଷୀ ମାନେ ମାଛ ଚାଷ କରି ଅଧିକ ଲାଭବାନ ହୋଇ ପାରିବେ ସେ ଦିଗରେ  ବୈଜ୍ଞାନିକ ଶ୍ରୀ ମିଶ୍ର କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ  ସୁଚନା ଅଧିକାର କର୍ମୀ ସୁଶୀଳ କୁମାର ସାହୁ, ଚାଷୀ ରବୀନ୍ଦ୍ର ନାଥ ଦାସ, ପିତବାସ ବେହେରା, ଜାମିନି ଜେନା, ସତ୍ୟନାରାୟଣ ନାୟକ,  ରଶ୍ମି ରଞ୍ଜନ ରାଉତରାୟ, ସିଫାର ଛାତ୍ର ଦୀଲିପ କୁମାର ବେହେରା, ବିଶ୍ୱ ଭୂଷଣ ପ୍ରଧାନ , ସୁଶୀଳ କୁମାର ମୁଦୁଲି ଓ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ  । ସେବ୍ ଦି ଆରଥ ଫାଉଣ୍ଡେସନ ଡେଲାଙ୍ଗ ବୋଳକଣାର ବିଶ୍ୱଜିତି ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts