 |
Atabira News |
ବରଗଡ଼ ----- ବରଗଡ଼ ଜିଲ୍ଲା ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ । ଏନଏସିର ସ୍ଵଚ୍ଛ ପରିମଳ ବ୍ୟବସ୍ଥା ସମ୍ପୁର୍ଣ୍ଣ ଠପ ହୋଇପଡିଛି । ଆଜି ଆମେ ୨ ଓ୩ ଓ୍ବାର୍ଡ ରାସ୍ତା ଉପରେ ଏକ ଭିଡିଓ ଦେଖାଇଛୁ । ଏହାର କିଛି ସମୟପରେ ୧୧ ନଂ ଓ୍ବାର୍ଡ ର ରେଙ୍ଗାଲି ପାଲି ଗ୍ରାମଦାଣ୍ଡ ଝାଡୁକଲେ ଶତାଧିକ ମହିଳା ।ଯାହାକୁ କି ବିଗତ ଦିନରେ ମଧ୍ୟ ଏନଏସି ର ଅପାରଗତା କୁ ନେଇ ଅନେକ ସ୍ବେଛାସେବୀ ଅନୁଷ୍ଠାନ ଅଣ୍ଟା ଭିଡିଥିଲା । ହେଲେ ଆଜି ପର୍ଯ୍ୟନ୍ତ ନୁଆଁ ପୁରୁଣା ଏନଏସିକୁ ୭ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଏନଏସିର ନିଦ ଭାଙ୍ଗୁନାହିଁ ବୋଲି ଲୋକେ ଅଭିଯୋଗ କରନ୍ତି। ସ୍ଵଚ୍ଛ ଓଡିଶା ସୁସ୍ଥ ଓଡିଶା ପରିମଳ ନୁଆ ବ୍ୟାନର ମାରି ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସଫଳ ହୋଇଛି ବୋଲି ଏନଏସି କତୃପକ୍ଷ ବା ବା ନେଉଛନ୍ତି । ମାତ୍ର ପକୃତ ପକ୍ଷେ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଏନଏସିର ନାଲି ଫିତା ତଳେ ଚାପି ହୋଇ ଏବେ ଅଣନିଶ୍ୱାସୀ ହୋଇପଡିଛି ବୋଲି ଲୋକମାନେ କହନ୍ତି । ମାତ୍ର ୭ବର୍ଷ ପୂର୍ବରୁ ପଞ୍ଚାୟତ ଥିଲା ଭଲ ଥିଲା ଏନଏସି ହୋଇ ଭୁଲ ହେଲା ବୋଲି ଲୋକେ କହନ୍ତି।ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏନଏସି କଣ ପଦକ୍ଷେପ ନେବ ନାଁ ଆଗାମୀ ଜନସାଧାରଣଙ୍କର କୋପର ଶିକାର ହେବ।