Breaking News

ସତ୍ୟବାଦୀ ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ


D senapati
Sakhigopal News
ସାକ୍ଷୀଗୋପାଳ ----ସତ୍ୟବାଦୀ  ହାଇସ୍କୁଲ , ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସିଟି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜାତୀୟ କ୍ରୀଡା ଦିବସ ପାଳନ କରିଛନ୍ତି । ହକି ଖେଳର ଯାଦୁଗର ତଥା ଜାତୀୟ କ୍ରୀଡାର ଗୌାରବ ବହନ କରୁଥିବା ଧ୍ୟାନଚାନ୍ଦଙ୍କର ଜନ୍ମତିଥି ତଥା ଜାତୀୟ କ୍ରୀଡା ଦିବସକୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ସୁସ୍ଥ ଜୀବନ ପାଇଁ କ୍ରୀଡାର ଆବଶ୍ୟକତା ରହିଛି ବୋଲି ଅନୁଷ୍ଠିତ ସଭାରେ ଯୋଗଦେଇଥିବା ଅତିଥି ମାନେ କହିଥିଲେ  । କ୍ରୀଡାକୁ  କ୍ରୀଡାବିତ୍ ଭାବରେ ଗ୍ରହଣ କରି ଜୀବନର ଏକ ଅମୂଲ୍ୟ ଉପକାରି ଭାବରେ ଗ୍ରହଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ  । ଏହି ଶପଥ ଗ୍ରହଣ ଉତ୍ସବରେ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସହିତ ସିଟି  ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ  । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଳେଗାନ ଦେଇ ବଜାର ପରିକ୍ରମା କରିଥିଲେ  । ନବମ ଶ୍ରେଣୀର ଛାତ୍ର ପ୍ରଭାସ କୁମାର ବସ୍ତିଆ ଶପଥ ପାଠ କରାଇଥିଲେ  । ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ସ୍ୱାଇଁ, ବସନ୍ତ କୁମାର ସ୍ୱାଇଁ, ମନୋରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ  । ସତ୍ୟବାଦୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସୁଚିତ୍ରା ଖଟୋଇ କାର୍ଯ୍ୟ ପରିଚାଳନା କରିଥିଲେ  । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts