ଓଡ଼ିଆ ବିଭାଗ ତରଫରୁ ପାଠ ଚକ୍ର ଅନୁଷ୍ଠିତ
ବାଲିଗୁଡା ------ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ 'ରେବତୀ: ଫକୀର ମୋହନ ସେନାପତି ଙ୍କ ଅମ୍ଲାନ ସୃଷ୍ଟି 'ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ ଅନୁଷ୍ଠିତ ଆଲୋଚନା ଚକ୍ରରେ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ଫକୀର ମୋହନ ସେନାପତିଙ୍କ ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ପାଠଚକ୍ର ସମ୍ପର୍କ ରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଅଧ୍ୟାପିକା ସୁଲୋଚନା କହଁର, ସ୍ନେହଲତା ମାଝୀ, ଅଧ୍ୟାପକ ସୁଦର୍ଶନ ପଣ୍ଡା, ପ୍ରମୁଖ ଆଲୋଚନାରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପାଠଚକ୍ର ସମ୍ପର୍କରେ ଆଲୋକପାତ କରିଥିଲେ ।ସଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା