Breaking News

ରାସ୍ତା କରରେ ଥିବା ଡ୍ରେନ ଭିତରେ ଗଳିଲା ଷଣ୍ଢ

 ବରଗଡ----  ବରଗଡ ଜିଲ୍ଲାର ଅତାବିରା ଜାତୀୟ ରାଜପଥ କରରେ ଅଧାପନ୍ତାରିଆ ଭାବେ ରହିଛି ଡ୍ରେନ  । କାମ ନେଇଥିବା ଠିକାଦାର ଏବେ କାମ ସଠିକ ନ କରି ଅଧାପନ୍ତାରିଆ ଭାବେ ପକାଇ ଦେଇ ଏବେ ଉକ୍ତ ରାସ୍ତାରେ ଟିକସ ଆଦାୟ କରିବାରେ ବ୍ୟସ୍ତ ରହିଛି ବୋଲି ଜନସାଧାରଣ ଲୋକମାନେ କହନ୍ତି ।  । ଅନ୍ୟପକ୍ଷେ ଏହି ରାସ୍ତା କାର୍ଯ୍ୟ ଅସମ୍ପୁର୍ଣ୍ଣ ରହିଥିବାରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଏ ସମ୍ପର୍କରେ ଜନସାଧାରଣଙ୍କ ଠାରୁ ଅନେକ ସଂଗଠନ ଅଭିଯୋଗ କରିଥିଲେ ମଧ୍ୟ କୌଣସୁ ସୁଫଳ ମିଳିନାହିଁ  । ଭଙ୍ଗା ଦଦରା ଡ୍ରେନ ଉପରେ ଗଛ ଏତା ମାଡିଯିବା ସହ ବିଭିନ୍ନ ଅଳିଆ ଅବର୍ଜନା ଗଦା ହୋଇଛି । ମାତ୍ର ବୁଲା ଗୋରୁ ଗାଇ ମାନେ ଖାଇବା ପାଇଁ ଉକ୍ତ ଡ୍ରେନ ପାଖୁ ଗଲା ସମୟରେ ଉକ୍ତ ଡ୍ରେନ ଭିତରକୁ ଖସି ପଡୁଛନ୍ତି । ଯଦି ଜଣାପଡିଲା ତା ହେଲେ ସେ ବଞ୍ଚିଲା ନଚେତ ସେ  ମୃତ୍ୟୁ ମୁଖରେ ପଡିଥାନ୍ତା  । ଏ ସମ୍ପର୍କରେ ଅଧିକାରୀ ମାନେ ମୁହଁ ଖୋଲିବାକୁ ରାଜି ନୁହନ୍ତି । ଗୋଟି ଏ ପଟେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦିକା ଯୋଗୁ ବଳି ପଡୁଛନ୍ତି ନୀରିହ ପଶୁ ଓ ମଣିଷ  । ଶୁକ୍ରବାର ରାତିରେ ଏକ ଷଣ୍ଢ ପଡିଯାଇ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିଲା ସେଇ ପାଖ ଦେଇ  ଯାଉଥବା ଲୋକମାନେ ଏହା ଦେଖି ସଙ୍ଗେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ  । ଅଗ୍ନିଶମ ବିଭାଗ ପକ୍ଷରୁ  ଓ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଡ୍ରେନ ମଧ୍ୟରେ ପଡିଥିବା ଷଣ୍ଢକୁ ଉଦ୍ଦାର କରିଥିଲେ  ।  ଏ ଦିଗରେ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହୋଉଛି । ନଚେତ ଆଗାମୀ ଦିନରେ ଅତାବିରା ଲୋକମାନେ ରାଜ ରାସ୍ତାକୁ ଓହ୍ଳାଇବେ ସେ ସମୟରେ ଯାହା ଘଟିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରିହିବେ ବୋଲି କହିଛନ୍ତି  ।
ବରଗଡରୁ ନବିନ କୁମାର ଦାଶ

Blog Archive

Popular Posts