 |
kandha mala News |
କନ୍ଧମାଳ------- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ଗାଡି ମଟର ତନଖି କରୁଥିବା ସମୟରେ ଏକ ଇଣ୍ଡିଗୋ କାର ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜଣାପଡିଥିଲା । କାଳରେ ଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିବା ସହ ୩୨ କିଲୋ ୩ଶହ ଗ୍ରାମ ଗଞେଇ ଜବତ କରିବାରେ ପୋଲିସ ସଫଳ ହୋଇଛି । ଇଣ୍ଡିଗୋ କାର ଗାଡ଼ିରେ (ନମ୍ବର କେଏ ୩୨ଏମ ୩୭୩୭) ବୋଲି ଜଣାପଡିଛି । ଗିରଫ ହୋଇଥିବା ଯୁବକ ମାନେ ହେଲେ ବାଲିଗୁଡା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ସାଉଁଟିକିଆ ଗ୍ରାମର ଗୁନୁ ମଳିକ, ବିଲିୟନ ଡିଗାଲ, ବାପି ଡିଗାଲ ଏମାନଙ୍କ ଘର ସାଉଁଟିକିଆ ଗ୍ରାମରେ ହୋଇଥିଲେ ମଧ୍ୟ ଜିଡିଙ୍ଗପଙ୍ଗାରେ ରୁହନ୍ତି । ଅନ୍ୟ ଜଣେ ହେଲେ ମହେନ୍ଦ୍ର ମଳିକ ବାଲିଗୁଡା ନଗର ଅନ୍ତର୍ଗତ ପାଟଖଣ୍ଡା ସାହିର ବୋଲି ପୋଲିସ କହିଛି । ଏହି ଚାରି ଜଣଙ୍କୁ ବାଲିଗୁଡା ଥାନା କେଶ ନମ୍ବର ୮୦/ ୨୦୧୯ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପକ୍ଷେ କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ଦୁର୍ବଳ ଯୋଗୁଁ ଦିନ କୁ ଦିନ ଗଞ୍ଜେଇ ମାଫିଆଙ୍କ କାରବାର ବଡିବାରେ ଲାଗିଛି । ପୋଲିସ ସକ୍ରୀୟ ହେଲା ବେଳେ ଅବକାରୀ ଭିବାଗ ନିସ୍କ୍ରିୟ ହୋଇ ଯାଉଛି ବୋଲି ଲୋକମାନେ କହନ୍ତି।
କନ୍ଧମାଳରୁ ସୁରେଶ କୁମାର ପଣ୍ଡା