Breaking News

ଜଗଦଳପୁର- ଆଙ୍କୋଇ ରାସ୍ତାର ନବୀକରଣ ପାଇଁ ଭିତ୍ତିପ୍ରସ୍ଥର


D senapati
Delang news
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ସ୍ଥିତ ଜଗଦଳପୁର ଗ୍ରାମ ଦେଇ ଆଙ୍କୋଇ ରାସ୍ତା ଟି ଏବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତଭୁକ୍ତ ହେବା ପରେ ଗୁରୁବାର ଦିନ ଏହି ରାସ୍ତାର ନବୀକରଣ ପାଇଁ ପୂର୍ବତନ କୃଷିମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଭୂମିପୂଜା କରିଛନ୍ତି ।  ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଭାବଗ୍ରାହୀ ଦାଶ ଉପସ୍ଥିତ ରହିଥିଲେ  । ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ  ଏହି ରାସ୍ତା ସମ୍ପର୍କରେ ସୂଚନା ଦେଇଥିଲେ  । ଏହି ରାସ୍ତା ପାଇଁ ୮୧ ଲକ୍ଷ ୩୨ ହଜାର ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଏହି ରାସ୍ତା ୨୪-୩-୨୦୨୦ ମଧ୍ୟରେ ସରିବ ବୋଲି କହିଛନ୍ତି  । ସୁଶୀଳ କୁମାର ବଳବନ୍ତରାୟ ଏହି କାର୍ଯ୍ୟର ଠିକାଦାର ଭାବେ ନିଯୁକ୍ତି ପାଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି , ଆତ୍ମାର ସଭାପତି ବିଜୟ ଚମ୍ପତି ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ  ।
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି         

Blog Archive

Popular Posts