Breaking News

ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ସମ୍ମାନିତ ହେଲେ ଅକ୍ଷୟ


   ଫୁଲବାଣୀ -   ନିଶିଗନ୍ଧା ସାହିତ୍ୟ ସଂସଦ ଭୂବନେଶ୍ବର ଦ୍ବାରା ଆୟୋଜିତ ସ୍ବାରସ୍ବତ ସମ୍ମାନ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ସମ୍ମାନିତ ହେଲେ ଅକ୍ଷୟ କର୍ଣ୍ଣ ।  ଭୂବନେଶ୍ବର ସ୍ଥିତ ରୋଟାରୀ ଭବନରେ ଆୟୋଜିତ ନିଶିଗନ୍ଧାର ପ୍ରଥମ ବାର୍ଷିକ ସାମ୍ବସ୍ତରିକ ସ୍ବାରସ୍ବତ ସମାରୋହ ୨୦୧୯ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ  ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଥିଲେ । ଅକ୍ଷୟ କର୍ଣ୍ଣଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗାଁରେ ଦୀର୍ଘବର୍ଷ ଧରି ସେ ଲୋକକଳା ଲୋକ ସାହିତ୍ୟ ସହିତ ଜଡିତ ।ଏକାଧାରାରେ ସେ ଜଣେ କବି ସାହିତ୍ୟି ଲୋକନୃତ୍ଯ ଶିଳ୍ପୀ କଳା ଓ ସଂସ୍କୃତି ସଂଗଠକ ଭାବରେ ଜଣାଶୁଣା ।ବର୍ତ୍ତମାନ କନ୍ଧମାଳ କଳା ଓ ସଂସ୍କୃତି ସଂଘର ସଭାପତି ଭାବେ କାର୍ଯ୍ୟରତ । ଅକ୍ଷୟ କର୍ଣ୍ଣଙ୍କୁ ଏହି ସମ୍ମାନରେ ଭୂଷିତ ପରେ କନ୍ଧମାଳରେ ଖୁସିର ଲହରୀ ଖେଳିଯାଇଛି।  

କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts