 |
Sakhigopal news |
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଥିବା ବିଭିନ୍ନ ଡ୍ରେନଜରେ ଜଳ ନିଷ୍କାସନ ନ ହେବାରୁ ଏବେ ଚାଷୀଙ୍କର ମୁଣ୍ଡ ବିନ୍ଦା ହୋଇଛି । ବିଶେଷ କରି ଡ୍ରେନେଜ ଗୁଡିକ ଖନନ ଠିକ ନ ହେବା ଓ କଲକତି ଦଳ ପୂର୍ଣ୍ଣ ହୋଇ ରହିବା ଯୋଗୁ ଗହିର ବିଲରୁ ପାଣି ନିଷ୍କାସନରେ ବ୍ୟାଘତ ସୃଷ୍ଟି ହୋଇଛି । ପ୍ରତି ବର୍ଷ ଧାନ ଜମିରେ ପାଣି ଜମିବା ଦ୍ୱାରା ଅମରି ଓ ଖରି ବଣ ହୋଉଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ପାରକେଣା, ମହୁରା, ବଳରାମପୁରଗଡ, ଡାଙ୍ଗରା, ବିଲିପଡା, କଣ୍ଟାପଡା,ଜମାରସୁଆଁ ରାୟଖଣ୍ଡୀ, ପରଜାପଡା,ଅଳିଖିଆ, ପଲ୍ଲୀମାକଣ୍ଡପୁର, ଡିହସାହି ଆଦି ଶତାଧିକ ଗ୍ରାମର ୧୦ ହଜାର ଏକର ଜମି ଏବେ ଖରିଓ ଅମରିବଣ ରେ ପରିପୂର୍ଣ୍ଣ ହୋଇଛି । ଯାହାକି ସରୀସୃପ ମାନଙ୍କର ଅଭୟାରଣ୍ୟ ପାଲଟିଛି । ବଳଙ୍ଗା ବାୟାବର ଠାରୁ ବାହାରିଥିବା ସଫେଇନାଳ ନୁଆଗାଁ ସ୍ଥିତ ଗବକୁଣ୍ଡ କଟ ଠାରେ ମିଶିଛି । ଏବେ ଏହି ନାଳରେ ପାଣି ନିଷ୍କାସନ ନ ହୋଇ ସେହିପରି ଜମି ରହୁଛି । କେତେକ ଚାଷୀ ମାନେ କହନ୍ତି ବର୍ତ୍ତମାନ ନଦୀର ଗତିପଥ ବଦଳିବା ଯୋଗୁ ଏହି ଡ୍ରେନେଜ ଗୁଡିକରୁ ପାଣି ନିଷ୍କାସନ ସଠିକ ହୋଇ ପାରୁନାହିଁ । ଏହି ନାଳକୁ ଯୋଡାଲିଙ୍ଗ ଗହିର ଠାରୁ ସମୁଦ୍ରକୁ ସଂଯୋଗ କରାଗଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଚାଷୀ ମାନେ କହନ୍ତି । ଏ ଦିଗପ୍ରତି କୃଷିମନ୍ତ୍ରୀ ଓ ଜିଲ୍ଲାପାଳ ନଜର ଦେବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଉଛି ।
ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି