Breaking News

ଅତାବିରା ବିଦ୍ୟୁତ ବିଭାଗର ଅବହେଳା ତଥା ଦୁର୍ନୀତିର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଦାବିପତ୍ର


 N das
Atabira News

ଅତାବିରା    --------:ବରଗଡ଼ ଜିଲ୍ଲା ଅତାବିରା ବିଦ୍ୟୁତ ବିଭାଗର ଅବହେଳା ତଥା ଦୁର୍ନୀତିର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବରଗଡ଼ର ବିଦ୍ୟୁତ ବିଭାଗୀୟ ଅଧିକାରୀବିଭୂତି ଭୂଷଣ ଶତପଥୀ ଙ୍କ ନିକଟରେ  ଦାବି ପତ୍ର  ଦିଆଯାଇଛି ।  ୧୦ଦିନ  ମଧ୍ୟରେ  ବିଦ୍ୟୁତ ବିଭାଗର ସ୍ଥାୟୀ ସମସ୍ୟାର ସମାଧାନ କରିବା ସହ ଯଦି ଉକ୍ତ ସମୟ ମଧ୍ୟରେ ସମସ୍ୟାର ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅତାବିରା ଅଞ୍ଚଳର ବିଭିନ୍ନ ବିଦ୍ୟୁତ ବିଭାଗରେ ତାଲା ମରାଯିବ ବୋଲି ଚେତାବନୀ ଦିଆଯାଇଛି  । ଏହି ଅଭିଯୋଗ ଦେବା ପରେ ଅଧିକାରୀ ବଦଳି ହୋଇ ଯାଇଥିଲେ । ନୂତନ ଭାବେ  ଏକଜ୍ୟୁଟିଭି  ଓ ଏସଡିଓ ଆସିବା ଖବର ପାଇଁ ଯୁବ କଂଗ୍ରେସର ଆହ୍ୱାନ କ୍ରମେ ଅତାବିରା ଜନସାଧାରଣ ଆଜି ବିଭାଗୀୟ ଏସ ଡି ଓ  ବିଜୟ ବେହେରାଙ୍କୁ ପଚରିବାରୁ ସେ କହିଥିଲେ  ଷ୍ଟାପ ନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।   ଉପରିସ୍ଥ କର୍ତ୍ତୃପକ୍ଷ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।   କେହି ଶୁଣୁନାହାନ୍ତି ବୋଲି କହିଥିଲେ । ଏକଜ୍ୟୁଟିଭି ବଦଳି ଯାଇଛନ୍ତି ଆଉ କିଛି ଦିନ ଟାଇମ ଦିଅନ୍ତୁ ବୋଲି କହିଥିଲେ  ।  ଏକଜ୍ୟୁଟିଭି ଅଧିକାରୀ ଗତକାଲି ଜଏନ କରିଛନ୍ତି।ତାଙ୍କୁ କହିବା,ଏସି ବରଗଡ଼ଙ୍କୁ ଜଣାଇବା କିଛି ଗୋଟେ ସମାଧାନ କରିବାର ପ୍ରତିଶୃତି ପରେ ପ୍ରତିଶୃତି ଦେଇଥିଲେ।ଯାହା ଏଇ ଭଳିଆ ବିଗତ ଦିନରେ ମଧ୍ୟ ବିଦ୍ୟୁତ ଜନିତ ସମସ୍ୟାରେ ଅତିଷ୍ଠ ହେଇ ବିଭାଗୀୟ କର୍ତ୍ତୃପକ୍ଷ ତଥା ବିଭାଗୀୟ ଏକଜ୍ୟୁଟିଭି ବରଗଡ଼ ବିଭୂତି ଭୂଷଣ ଶତପଥୀ,ଏସ ସି ବରଗଡ଼,ଏସ ଡ଼ିଓ ଅତାବିରା,ଅତାବିରା ସେକ୍ସନ ଜେଇ ତଥା କର୍ମଚାରୀ ମାନଙ୍କୁ ଗ୍ରୀଡ଼ରେ ଅଟକ ରଖି ତାଲା ମାରିବାସହ ଗ୍ରୀଡ଼ରୁ ସ୍ଥାନୀୟ ଇଷ୍ଟଦେବୀ ଦୁର୍ଗା ମନ୍ଦିର କୁ ନେଇ ଶପଥ ପାଠ ମଧ୍ୟ କରାଇ ଥିଲେ। ହେଲେ ଦୁର୍ନୀତିର ଗନ୍ତାଘର ବରଗଡ଼ ବିଦ୍ୟୁତ ବିଭାଗ ସୁଧୁରିବାର ନାଁ ଗନ୍ଧ ଧରୁନାହିଁ । ଆଜି ଲାଦେରପାଲି,ଅତାବିରା ଓ ରେଙ୍ଗାଲିକେମ୍ପ ସେକ୍ସନକୁ ତାଲା ମାରିବା ସହ ଯେ ପର୍ଯନ୍ତ ବିଦ୍ୟୁତ ବିଭାଗର ସ୍ଥାୟୀ ସମାଧାନ କରା ନ ଯାଇଛି ସେ ପର୍ଯନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଦ୍ୟୁତ ବିଲ କଲେକ୍ସନ ତଥା ବିଲ ଆଦାୟ ମଧ୍ୟ ବନ୍ଦ କରିବା ପାଇଁ ଉତ୍ତେଜିତ ବିଦ୍ୟୁତ ଗ୍ରାହକ ମାନେ କହିଥିଲେ  । ବରଗଡ଼ ଜିଲ୍ଲାରେ  ୧୧୭୭ ଟି ଗାଁ କୁ ୧୫୭ କୋଟି ଟଙ୍କା ଖର୍ଚ୍ଚ ତଥା ଗ୍ରାମାଞ୍ଚଳ ପାଇଁ ଦିନଦୟାଲ ୧ ଶହ କୋଟି,ସହରାଞ୍ଚଳ ପାଇଁ ଆଇପିଡ଼ିଏସ  ୨୫କୋଟି ଯାହାକି ବରଗଡ଼ ମୁନିସିପାଲିଟି,ପଦ୍ମ ପୁର ଏନଏସି,ବରପାଲି ଏନଏସି, ଅତାବିରା ଏନଏସି ଓ ସୌଭାଗ୍ୟ ସ୍କିମରେ ୩୨ କୋଟି ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା କେଉଁଠି ଖର୍ଚ୍ଚ ହେଉଛି କେବଳ ସେମାନଙ୍କୁ ଜଣା ବୋଲି ଲୋକେ କହୁଛନ୍ତି ।  ଜେଇ ଏସଡ଼ି ଓ ଙ୍କୁ ମଧ୍ୟ ୮୦ ପ୍ରତିଶତ କାମ ସରିଯିବା ପରେ ମଧ୍ୟ କାମ ବାବଦରେ କିଛି ଜଣାନଥିଲା।ତେବେ ଅଗାମୀ ଦିନରେ ବିଦ୍ୟୁତ ବିଭାଗ କଣ ପଦକ୍ଷେପ ନେବ ତାହା ଦେଖିବାକୁ  ବାକି ରହିଲା ।    ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ଲକ ଏରିଆରେ ଥିବା ସମସ୍ତ ସେକ୍ସନ କୁ ବନ୍ଦ କରିଦିଆ ଯିବ ବୋଲି ଯୁବ କଂଗ୍ରେସ ଅତାବିରା ପକ୍ଷରୁ ଚେତାବନୀ ଦିଆଯାଇଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts