ସାହିତ୍ୟ ସଭା ଓ କବିତା ପାଠ ଉତ୍ସବ
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ବନ୍ଦନା ସାହିତ୍ୟ ସଂସଦ ଓ ମାଟିର ମହକ ପକ୍ଷରୁ ସାରସ୍ୱତ ବନ୍ଦୁ ମିଳନ , ସାହିତ୍ୟସଭା ସହିତ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ଡ, ଅନ୍ତର୍ଯ୍ୟାମି ମିଶ୍ର ଭାବେ ଯୋଗଦେଇ ଓଡିଆ ଭାଷା ବଞ୍ଚି ରହିବାକୁ ହେଲେ ସାହିତ୍ୟ ସଭା ଓ କବିତା ପାଠ ଉତ୍ସବ ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଓଡିଆ ଭାଷା ଗବେଷକ ଡ. ପଦ୍ମଲୋଚନ ମହାକୁଢ, ସମ୍ମାନୀତ ଅତିଥି ତଥା ଉଦ୍ ଘାଟକ ସିଦେ୍ଧଶ୍ୱର ପଟ୍ଟନାୟକ, ଡ. କୁମାର ବାବୁଲ , ସାକ୍ଷୀଗୋପାଳ ସେବାୟତ ସଂଘର ସଭାପତି ଲିଙ୍ଗରାଜ ମହାପାତ୍ର, ସମ୍ପାଦକ ଦିବାକର ମହାପାତ୍ର, ସାହିତ୍ୟକ ଖଣ୍ଡାୟତ ରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ଅତିଥି ମାନଙ୍କ ଦ୍ୱାରା ହୋଇଥିଲା । ବନ୍ଦନା ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ସେମାନଙ୍କ ମଦ୍ୟରୁ ୩୦ ଜଣଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ମଦିତ କରିଥିଲେ । ସଭାରେ ବିଜୟ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ କରିଥିଲେ । ରବୀନ୍ଦ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି