Breaking News

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


A mallik
konark News
ମହିଳାଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର
କୋଣାର୍କ --- କୋଣାର୍କ ଥାନା ଅନ୍ତର୍ଗତ ଶିରିପୁର ଗ୍ରାମରେ ଜଣେ ମହିଳାଙ୍କ ଝୁଲାନ୍ତା ଶବକୁ କୋଣାର୍କ ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ ଶିରିପୁର ଗ୍ରାମର ଦୁଖିଶ୍ୟାମ ସେଠୀଙ୍କ ସ୍ତ୍ରୀ ରାଜଶ୍ରୀ ସେଠୀ(୨୫)  କୌଣସି କାରଣରୁ ବୁଧବାର ରାତି ରେ ନିଜ ଘରେ ପିନ୍ଧା ଲୁଗା ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିିଛି । ରାଜଶ୍ରୀ ଗତ ୧୦ ବର୍ଷ ପୁର୍ବେ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ୱାମୀ ରାଜସ୍ଥାନରେ ଏକ ଘରୋଇ ପ୍ରତିଷ୍ଠାନରେ କାର୍ଯ୍ୟରତ ଥିବା ବେଳେ ସେ ଓ ତାଙ୍କର ୮ବର୍ଷର ପୁତ୍ର ଜିତେନ୍ଦ୍ର ପରିବାର ଠାରୁ ଅଲାଗା ହୋଇ ରହୁଥିଲେ । ଉକ୍ତ ଦିନ ୩ ଟାରେ ପୁଅ ଟ୍ୟୁସନ ପଢିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ପରେ  ମାଙ୍କ ଝୁଲନ୍ତା ଶବ ଦେଖି  ସଙ୍ଗେ ସଙ୍ଗେ ସେ ଏହି ଖବର ନିଜ ପରିବାରକୁ ଜଣାଇବା ସହ ବାପାଙ୍କୁ ମୋବାଇଲ ମାଧ୍ୟମରେ ଜଣାଇଥିଲା । କୋଣାର୍କ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବେବଛେଦ ନିମନ୍ତେ ଚାରିଛକ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ପଡି ରାଜଶ୍ରୀ ଏଭଳି ଚରମ ନିଷ୍ପତି ନେଲେ  ତାହା ଏବେ ଅଞ୍ଚଳରେ ଆଲେଚନାର ବିସୟ ବସ୍ତୁ ହୋଇଛି  ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts