 |
Balanga / Sakhigopal news , D Senapati |
ସାକ୍ଷୀଗୋପାଳ------ ଜଣେ ଭାଇ ଭଉଣୀକୁ ନେବା ପାଇଁ ଅଟୋ ନେଇକି ଆସିଥିଲା । ମାତ୍ର ଗଲା ବେଳକୁ ଭଉଣୀର ଶବ ନେଇ ଫେରିଛି । ଏଭଳି ଏକ ଦୁଖଃଦ ଘଟଣା ଘଟି ଯାଇଛି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳରାମପୁରଗଡ ଗ୍ରାମ ପଞ୍ଚାୟତର ଦିପିଦେଉଳି ଗ୍ରାମରେ । ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ବଲଙ୍ଗା ପୋଲିସ ଜବତ କରିଛି । ଘରେ କେହି ନ ଥିବା ସମୟରେ ମହିଳା ଜଣଙ୍କ ଘରର ଓରାରେ ବେକରେ ଲୁଗା ବାନ୍ଦି ଓହଳି ଆତ୍ମହତ୍ୟା କରିଥବା ଜଣାପଡିଛି । ସୁଚନାଯୋଗ୍ୟଯେ ନିମାପଡା ବ୍ଳକର ତାଳତରଙ୍ଗ ଗ୍ରାମର ଦାମଦର ବରାଳଙ୍କ ଝିଅ ରାଣି ବିଶ୍ୱାଳ (୨୨) ଗଡବଳରାମପୁରଗଡ ଗ୍ରାମର ନିମେଁଇ ବିଶ୍ୱାଳ (୨୮) ଙ୍କୁ ହିନ୍ଦୁ ରୀତି ଅନୁଯାୟୀ ୩୦ ମାସ ତଳେ ବିଭାହୋଇଥିଲେ । ନିମେଁଇ ବିଶ୍ୱାଳ ଓ ପବନା ବିଶ୍ୱାଳ ଦୁଇ ଭାଇ । ଏମାନେ ମାଡ୍ରାସରେ ବେସରକାରୀ କମ୍ପାନୀରେ ଚାକିରି କରିନ୍ତି । ମାତ୍ର ଗ୍ରାମରେ ସେମାନଙ୍କ ପରିବାର ରହନ୍ତି । ଦୁଇ ଭାଇ ଅଲଗା ହୋଇ ଯିଏ ଯାହା ପରିବାର ପୋଷଣ କରିନ୍ତି । ତିନିଦିନ ତଳେ ନିମେଇଁ ମାଡ୍ରାସ ଯାଇଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି । ରାଣିର ଭାଇ କ୍ଷୀର ବରାଳ ଆଜି ଏକ ଅଟୋନେଇ ଭିଣେଇ ନ ଥିବାରୁ ଭଉଣୀକୁ ଘରକୁ ନେବା ପାଇଁ ଦିପିଦେଉଳି ଗ୍ରାମରେ ପହଞ୍ଚି ଥିଲା । ଘରର କବାଟ ବାଡେଇବାରୁ ମାତ୍ର ଭଉଣୀ ଘର ନ ଖୋଲିବାରୁ କାନ୍ଥରେ ଥିବା ଇଟା ଝରକାରୁ ଏକ ଇଟା ଭାଙ୍ଗି ଦେଖିବା ବେଳେକୁ ରାଣି ଘରେ ଏକ ଲୁଗାରେ ଝୁଲୁଛି । ତାଳତରଙ୍ଗ ଗ୍ରାମର ଅନ୍ୟ ଏକ ଝିଅ ସେହି ଗ୍ରାମରେ ବିଭାହୋଇଛି । କ୍ଷୀର ତାଙ୍କ ଘରକୁ ଯାଇ ସମସ୍ତ ଘଟଣା କହିଥିଲା । ଏହି ଘଟଣା ଗ୍ରାମରେ ପ୍ରଘଟ ହେବାପରେ ଲେକମାନେ ଜମା ହୋଇଥିଲେ । କ୍ଷୀର ବଳଙ୍ଗା ଥାନାରେ ଅଭିଯୋଗ କରିବା ପରେ ବଳଙ୍ଗା ଥାନା ଅଧିକାରୀ ସୁଶାନ୍ତ ସାହୁ ନିମାପଡା ବିଡିଓ ଶ୍ରୀଧର ବିଶ୍ୱାଳଙ୍କ ଉପସ୍ଥିତିରେ ଶବ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ନିମେଁଇଙ୍କ ଭଡ ଭାଇ ପବନାଙ୍କ ସ୍ତ୍ରୀ ସୁଲେଚନାଙ୍କୁ ସନ୍ଦେହରେ ଥାନାରେ ଅଟକ ରଖିଥିବା ଜଣାପଡିଛି । ପିପିଲି ଏସଡିପିଓ ଦେବଦତ୍ତ ବରାଳ ଉକ୍ତ କେସ ତଦନ୍ତ ଜାରି ରଖିଥବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି