Breaking News

କନ୍ଧମାଳର ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ପାଣି ଘେରରେ


Kandahamala News By m panda
 କନ୍ଧମାଳ---- କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଏଘୁଚାପ ଜନିତ ବର୍ଷାରେ ଉବୁଟୁବୁ ।  ଚିକିସ୍ଥାଳୟ ପରିସର ଓ ଆଖ ପାଖ ଅଞ୍ଚଳରେ ଦୁଇ ଫୁଟ ଉଚ୍ଚରେ ବର୍ଷାପାଣି  ଢ଼େଉ ଖେଳୁଛି  । ଏପରିକି ରୋଗୀ ମାନେ ମେଡିସିନ ଆଣିବା ପାଇଁ ଯିବାକୁ ଅସୁବିଧାରେ ପଡୁଛନ୍ତି । ରୋଗୀ ମାନେ ଚିକିତ୍ସା ପାଇଁ ଆସିଥିବା ବେଳେ  ସ୍ୱସ୍ଥ୍ୟା କେନ୍ଦ୍ର ପାଣି ଘେରରେ ବୁଡି ରହିଥିବାରୁ ଲୋକମାନେ ନା ନା ହଇରାଣ ଭୋଗୁଛନ୍ତି । ଡାକ୍ତର ଶୁଶାନ୍ତ  କୁମାର ପାତ୍ର କହନ୍ତି ଏହି ସମସ୍ୟା ଆଜି କାଲିର ନୁହେଁ ସାମାନ୍ୟ ବର୍ଷା ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅସୁବିଧା ସୃଷ୍ଟି ହୋଇଥାଏ  । ବିଶେଷ କରି ସ୍ୱାସ୍ଥ୍ୟ କନ୍ଦ୍ରେରୁ ବର୍ଷା ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନାହିଁ  । ଯାହା ଫଳରେକି ଏହି ଅସୁବିଧା ଦେଖାଯାଉଛି ବୋଲି ସେ କହନ୍ତି । ବିଶେଷ କରି ଗର୍ଭବତୀ ମହିଳା, ଶିଶୁ ରୋଗୀ ମାନେ ଅସୁବିଧାରେ ପଡୁଥିବାର ଜଣାପଡିଛି । ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିସô୍ା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ପକ୍ଷରୁ ନିବେଦନ କରାଯାଇଛି । 
କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିର୍ପୋଟ

Blog Archive

Popular Posts